Winter Session 2022: ଆଜିଠାରୁ ଆରମ୍ଭ ହୋଇଛି ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ବିଧାନସଭା ଆସନ୍ତା ଡିସେମ୍ବର ୧୧ ପର୍ଯ୍ୟନ୍ତ ଚାଲିବ । ଗୃହକାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ନେତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିରୋଧୀ ଦଳନେତା ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ଦିବଙ୍ଗତ ନେତାଙ୍କ ସ୍ମରଣରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ବିଜୟ ରଞ୍ଜନ ସିଂ ବରିହା, ବିଷ୍ଣୁ ଚରଣ ସେଠୀ, ଆଦିକନ୍ଦ ସେଠୀ, ଗୋପ ନାରାୟଣ ଦାସ, କପିଲ ନାରାୟଣ ତିୱାରୀ, ଗୋଲକ ବିହାରୀ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଏହି ଅଧିବେଶନ (Assembly Session) ରେ ମୋଟ ୩୩ଟି କାର୍ଯ୍ୟ ଦିବସ ରହିଥିବା ବେଳେ ଅଧିବେସନର ପ୍ରଥମ ଦିନରେ  ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଆଗତ କରାଯିବ । ସେହିପରି  ନଭେମ୍ବର ୩୦ ଏବଂ ଡିସେମ୍ବର ୧ ତାରିଖ ଦୁଇ ଦିନ ଖର୍ଚ୍ଚ ଦାବି ଉପରେ ଆଲୋଚନା କରାଯିବ । 


Also Read: Love In London: ପୁଣି ପ୍ରେମରେ ସାଂସଦ; ଲଣ୍ଡନରେ ଅନୁଭବଙ୍କୁ ମିଳିଲେ ଜୀବନସାଥୀ !


୨ ତାରିଖରେ ବଜେଟର ବ୍ୟୟ ମଞ୍ଜୁରୀ ବିଲ ପାରିତ ହେବ । କୋଭିଡ଼ କଟକଣା (Covid Guideline) ପରେ ଦୀର୍ଘ ଅଢେଇ ବର୍ଷ ପରେ ଏହି ବିଧାନସଭା  ଅଧିବେଶନ ଆରମ୍ଭ ହୋଇଛି। ଚଳିତ ବିଧାନସଭାରେ କୋଭିଡ କଟକଣାକୁ  ହଟାଇ ଦିଆଯାଇଛି । ବିରୋଧୀ ମାନେ ଅର୍ଚ୍ଚନା ନାଗ (Archana Nag) ମାମଲାରେ ଓ ରାଜ୍ୟରେ କୃଷି ଓ କୃଷକ ସମସ୍ୟା ନେଇ ଶାସକ ଦଳକୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି।  


Also Read: BJP on AAP: ସତୈନ୍ଦ୍ର ଜୈନ ଭିଡ଼ିଓ ଭାଇରାଲ ମାମଲା: ଆପ ଉପରେ ବର୍ଷିଲା ବିଜେପି


ଏହା ଛଡା ବର୍ତ୍ତମାନ ବରଗଡ଼ ଜିଲ୍ଲାର ପଦ୍ମପୁର ଉପନିର୍ବାଚନ (Padmapur By Poll) ପାଇଁ ଚାଷୀଙ୍କୁ ନେଇ ରାଜନୀତି ସରଗରମ ରହିଛି ।  ବିଜେଡି ଓ  ବିଜେପି ପରସ୍ପରକୁ ଦୋଷ ଲଦୁଥିବା ବେଳେ ଏହି ପ୍ରସଙ୍ଗ ବିଧାନସଭା (Assembly) ଉଠିବ ବୋଲି ଆଶା କରାଯାଉଛି। ସେପଟେ ବିରୋଧୀଙ୍କୁ ମୁକାବିଲା କରିବାକୁ କେନ୍ଦ୍ରୀୟ ଅବହେଳାକୁ ବିଜେଡି ପ୍ରସଙ୍ଗ କରିବା ସହିତ ବିରୋଧୀଙ୍କୁ ମୁକାବିଲା କରିବାକୁ ବିଜେଡି ବିଧାୟକ ଦଳର ବୈଠକ କରିଛନ୍ତି।