rat miners rescue technique: ରାଟ୍ ମାଇନର୍ସ(rat miners) କିଏ ? କେମିତି 41 ଶ୍ରମିକଙ୍କ ପାଇଁ ପାଲଟିଲେ ତାରଣହାର
ନଭେମ୍ବର ୨୫ ତାରିଖ ଦିନ ଆମେରିକୀୟ ଅଗର ମେସିନ୍ ଉତ୍ତରକାଶୀର ଟନେଲରେ ଧୋକା ଦେଇଥିଲ। ମେଶିନର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲ। ଏହା ସହିତ ଶ୍ରମିକଙ୍କ ଉଦ୍ଧାର ଆଶା,ଆଶଙ୍କାରେ ପରିଣତ ହୋଇଥିଲା। ଶ୍ରମିକ ଜୀବିତ ଫେରିବେ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ସମୟରେ ଚିତ୍ରପଟକୁ ଆସିଥିଲେ ରାଟ୍ ମାଇନର୍ସ।
rat miners rescue technique:
ନଭେମ୍ବର ୨୫ ତାରିଖ ଦିନ ଆମେରିକୀୟ ଅଗର ମେସିନ୍ ଉତ୍ତରକାଶୀର ଟନେଲରେ ଧୋକା ଦେଇଥିଲ। ମେଶିନର ସମ୍ମୁଖ ଭାଗ ଭାଙ୍ଗି ଯାଇଥିଲ। ଏହା ସହିତ ଶ୍ରମିକଙ୍କ ଉଦ୍ଧାର ଆଶା,ଆଶଙ୍କାରେ ପରିଣତ ହୋଇଥିଲା। ଶ୍ରମିକ ଜୀବିତ ଫେରିବେ କି ନାହିଁ ତାକୁ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏହି ସମୟରେ ଚିତ୍ରପଟକୁ ଆସିଥିଲେ ରାଟ୍ ମାଇନର୍ସ। ଦୁଇ ଦିନ କାମ ବନ୍ଦ ରହିବା ପରେ ୬ ଜଣ ରାଟ୍ ମାଇନର୍ସ(rat miners)ଙ୍କୁ ଟନେଲକୁ ଡକା ଯାଇଥିଲା। ହାତରେ ଛୋଟିଆ ଡ୍ରିଲିଂ ମେସିନ୍,ନିହଣ ଓ ହାତୁଡି ସହିତ ଏହି ହିରୋମାନେ ଟନେଲ ମଧ୍ୟକୁ ପ୍ରବେଶ କରିଥିଲେ। ଆଉ ଶେଷକୁ ଚମତ୍କାର ଘଟିଥିଲା। ସୋମବାର ରାତିରେ ୪୧ ଶ୍ରମିକ ଜୀବିତ ବାହାରକୁ ଆସିଥିଲେ। ଏହି ସଫଳତା ପରେ ହଠାତ ଚର୍ଚ୍ଚା ଭିତରକୁ ଆସିଛନ୍ତି ରାଟ୍ ମାଇନର୍ସ। ତେବେ ଏହି ରାଟ୍ ମାଇନର୍ସ(rat miners) କିଏ ଓ ସେମାନେ କେମିତି କାର୍ଯ୍ୟ କରିଥାନ୍ତି ?
ରାଟ୍ ମାଇନର୍ସ(rat miners)ର ନାମକରଣର କାରଣ
ମୁଶା ଭଳି ସେମାନେ ଛୋଟଛୋଟ ସୁଡଙ୍ଗ ଖୋଳି ଖଣି ମଧ୍ୟକୁ ପ୍ରବେଶ କରିଥାନ୍ତି। ତେଣୁ ସେମାନଙ୍କୁ ରାଟ୍ ମାଇନର୍ସ (rat miners)ବୋଲି କୁହାଯାଏ। ମେଘାଳୟର କୋଇଲା ଖଣି ଗୁଡିକରେ ୨୦୧୪ ପୂର୍ବରୁ ରାଟ୍ ମାଇନିଂ ହେଉଥିଲା। କିନ୍ତୁ ଏହା ବିପଜ୍ଜନକ ହୋଇଥିବାରୁ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଏହାକୁ ବ୍ୟାନ କରିଥିଲେ। ଦେଶର ବିଭିନ୍ନ ଭାଗରେ ଏଭଳି ମାଇନିଂ ହେଉଥିଲେ ମଧ୍ୟ ଅଧିକ ମେଘାଳୟରେ ହୋଇଥାଏ। ଏଭଳି ଖଣିରେ ଗାତ ଏତେ ଛୋଟ ହୋଇଥାଏ ଯେ, ଏଥିରେ ଜଣେ ସିଧା ହୋଇ ବସି ମଧ୍ୟ ପାରିବେ ନାହିଁ। ଆଣ୍ଢେଇ କରି ଏଥିରେ ଗାତ ଖୋଳାଯାଇଥାଏ।ମୁଷା ଗାତ ଖୋଳିବା ଭଳି ସେମାନେ ଗାତ ଖୋଳୁଥିବାରୁ ଏହାକୁ ରାଟ୍ ମାଇନିଂ ବୋଲି କୁହାଯାଏ।
ରାଟ୍ ମାଇନର୍ସ(rat miners)ଙ୍କୁ କାହିଁକି ଡକା ଗଲା ?
ଅଗର ମେସିନର ସମ୍ମୁଖ ଭାଗ ବାରମ୍ବାର ଭାଙ୍ଗୁଥିଲା। ଲୁହା ଓ ପଥର ଯୋଗୁ ସମ୍ମୁଖ ଭାଗ ଭାଙ୍ଗୁଥିଲା। ବାରମ୍ବାର ମେସିନ୍ ଖରାପ ହେବାରୁ ଉଦ୍ଧାର କାର୍ଯ୍ୟ ବାଧିତ ହେଉଥିଲା। ରାଟ୍ ମାଇନର୍ସ (rat miners) ଟନେଲ ମଧ୍ୟକୁ ପ୍ରବେଶ କରିବା ପୂର୍ବରୁ ୨ ଦିନ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଥିଲା।
ଦ୍ୱିତୀୟ କାରଣ ହେଉଛି ପାଗ ଖରାପର ଆଶଙ୍କା। ଉତ୍ତରକାଶୀରେ ପାଗ ଖରାପ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ଆଶଙ୍କା କରୁଥିଲେ। ବର୍ଷା ହେଲେ ଟନେଲ ମଧ୍ୟକୁ ପାଣି ପସିବାର ଆଶଙ୍କା ଥିଲା।
ତୃତୀୟ କାରଣ ହେଉଛି ଭାଇବ୍ରେସନ୍। ବଡ଼ବଡ଼ ମେସିନ୍ ବ୍ୟବହାର ଦ୍ୱାରା ଟନେଲ ମଧ୍ୟରେ ଭାଇବ୍ରେସନ ସୃଷ୍ଟି ହେଉଥିଲା। ଯେଉଁଥିପାଇଁ ଟନେଲ ମଧ୍ୟରେ ଅଧିକ ପଥରଖଣ୍ଡ ଖସିବାର ଆଶଙ୍କା ଥିଲା।
ଚତୁର୍ଥ କାରଣ ହେଉଛି ଦିନକୁ ଦିନ ଶ୍ରମିକଙ୍କ ଅବସ୍ଥା ଖରାପ ହେବାରେ ଲାଗିଥିଲା। ଅଧିକ ଦିନ ଟନେଲରେ ରହିବା ଦ୍ୱାରା ସେମାନେ ମାନସିକ ଓ ଶାରିରିକ ଭାବେ ଦୁର୍ବଳ ହେବାର ଆଶଙ୍କା ଥିଲା। ତେଣୁ ଶେଷ ବାଜି ଭାବେ ରାଟ୍ ମାଇନର୍ସ(rat miners)ଙ୍କୁ ଡକା ଯାଇଥିଲା।
ରାଟ୍ ମାଇନର୍ସ(rat miners)ଙ୍କ ଅସ୍ତ୍ର
ରାଟ୍ ମାଇନର୍ସ(rat miners) ନିଜ ସହିତ ନେଇକି ଯାଇଥିଲେ ନିହଣ,ହାତୁଡ଼ି,ଗଇଂତି ଓ ଛୋଟ ଡ୍ରିଲିଂ ମେସିନ୍। ହାତରେ ଖୋଳି ସେମାନେ ଶ୍ରମିକଙ୍କ ପାଖରେ ପହଂଚିଥିଲେ। ରାଟ୍ ମାଇନିଂରେ ଏଭଳି ଛୋଟ ହତିଆର ବ୍ୟବହାର କରିଥାନ୍ତି।
କେମିତି କାମ କରିଥିଲେ ରାଟ୍ ମାଇନର୍ସ(rat miners) ?
ରାଟ୍ ମାଇନର୍ସ(rat miners) ପାଇପ୍ ଜରିଆରେ ୫୦ ମିଟର ତଳକୁ ଯାଇଥିଲେ। 6 ଜଣ 3ଟି ଦଳରେ ବିଭକ୍ତ ହୋଇଥିଲେ। ଗୋଟିଏ ଟିମରେ ୨ ଜଣ ମାଇନର୍ସ(rat miners)ଥିଲ। ଗୋଟିଏ ସିଫ୍ଟରେ ଦୁଇ ଜଣ କାମ କରୁଥିଲେ। ଜଣେ ନିହଣ,ହାତୁଡ଼ିରେ ପାହାଡ କାଟୁଥିଲେ,ଅନ୍ୟଜଣକ ଭଙ୍ଗା ପଥରକୁ ବାହାର କରୁଥିଲେ। ଗୋଟିଏ ଟିମ୍ ବିଶ୍ରାମ ନେବା ବେଳେ ଅନ୍ୟ ଟିମ୍ କାମ କରୁଥିଲେ।