ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀମାନଙ୍କ ପାଇଁ ସବୁବେଳେ ତତ୍ପରତା ଦେଖାଇ ଆସିଛି। ଏହାରି ମଧ୍ୟରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ରେଳ ବିଭାଗ। ଅନେକ ସମୟରେ ଯାତ୍ରୀମାନେ କନଫର୍ମ ଟିକଟ୍ ପାଇବାରେ ପାଇଁ ବହୁ ସମସ୍ୟା ଭୋଗିଥାନ୍ତି। ଭାରତୀୟ ରେଳ ଏହି ସମସ୍ୟାର ସମାଧାନ ପାଇଁ ଲଗାତାର ଉଦ୍ୟମ ମଧ୍ଯ କରୁଛି, ଯେଉଁଥିରେ ସ୍ପେଶାଲ ଟ୍ରେନ୍ ଚଲାଇବା ଉଦ୍ୟମ ଆରମ୍ଭ ହେଉଛି। ଏହାରି ଭିତରେ ଶନିବାର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି। ଯାହା ରେଳ ଯାତ୍ରୀମାନଙ୍କ ପାଇଁ ଖୁସି ଖବର। ତେବେ ଆସନ୍ତା ୨ ମାସ ଭିତରେ ଦେଶରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଟ୍ରାକରେ ଦୌଡ଼ିବ ବୋଲି କୁହାଯାଇଛି।


COMMERCIAL BREAK
SCROLL TO CONTINUE READING

ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସରକାର ଟ୍ରେନରେ ୱେଟିଂ ସମସ୍ୟାର ସମାଧାନ ପାଇଁ ଲଗାତାର ଉଦ୍ୟମ କରୁଛି। ମାତ୍ର ୨ ମାସ ମଧ୍ୟରେ ଦେଶରେ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ ଗଡ଼ିବ।  ସରକାର ୱେଟିଂ ସମସ୍ୟା ସହ ଲଢ଼ିବା ଲାଗି ଲଗାତର ଚେଷ୍ଟା କରୁଛନ୍ତି। ଏଣୁ ୬୦ ଦିନ ମଧ୍ୟରେ ଏହି ଟ୍ରେନ୍ ଚାଲିବ।


ରେଳ ମନ୍ତ୍ରୀ  ଆହୁରି କହିଛନ୍ତି ଯେ, ବର୍ତ୍ତମାନ ସମୟରେ ୨ ଟ୍ରେନ୍ ସେଟ୍ ଏଥିପାଇଁ ପ୍ରସ୍ତୁତ ଅଛି। ଏହି ଦୁଇ ଟ୍ରେନରେ ଆଗାମୀ ୬ ମାସ ଯାଏ ଟେଷ୍ଟି ହେବ। ଏହାପରେ ଏହାକୁ ଲୋକଙ୍କ ସେବା ପାଇଁ ଆରମ୍ଭ କରାଯିବ। ବର୍ତ୍ତମାନ ସମୟରେ ବନ୍ଦେ ଭାରତ ସ୍ଲିପର ପାଇଁ ୪ କୋଚ୍ ବିଶିଷ୍ଟ ଏକ ବେସିକ ଟ୍ରେନ୍ ସେଟ୍ ତିଆରି କରାଯାଇଛି। କେବଳ ଏତିକି ନୁହେଁ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୪୦୦ ବନ୍ଦେ ଭାରତ ଟ୍ରେନ୍ ଟ୍ରାକ୍‌କୁ ଆଣିବାକୁ ଯୋଜନା ରହିଛି। ବନ୍ଦେ ଭାରତ ଟ୍ରେନ୍‌ରେ ଇଞ୍ଜିନ ଭିନ୍ନ ନ ଥାଏ। ଦ୍ରୁତ ଗତି ପାଇଁ ଏହା ଲୋକପ୍ରିୟ ହେବାରେ ଲାଗିଛି। 


ରେଳ ମନ୍ତ୍ରୀ ଆହୁରି କହିଛନ୍ତି ଯେ ଚଳିତ ଥର ଭିଡକୁ କମ କରିବା ପାଇଁ ଗ୍ରୀଷ୍ମ ଋତୁରେ ଟ୍ରେନର ୧୯,୮୩୭ ଟ୍ରିପ୍ ବଢ଼ାଯାଇଛି। ଚଳିତ ଥର ଗ୍ରୀଷ୍ମ ଋତୁରେ ପ୍ରାୟ ୪ କୋଟି ଅଧିକ ଲୋକ ଟ୍ରେନରେ ଯାତ୍ରା କରିଛନ୍ତି।