Varun kumar:


COMMERCIAL BREAK
SCROLL TO CONTINUE READING

ଭାରତୀୟ ହକି ଦଳର ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ବରୁଣ କୁମାର ବର୍ତ୍ତମାନ ବିବାଦ ଭିତରେ ଅଛନ୍ତି। ନିକଟରେ ବରୁଣ କୁମାରଙ୍କ ବିରୋଧରେ ପୋକ୍ସୋ ଆକ୍ଟ ଅନୁଯାୟୀ ଦୁଷ୍କର୍ମ ଅଭିଯୋଗ ଆସିଥିଲା, ଯାହାକୁ ସେ ମିଥ୍ୟା ଅଭିଯୋଗ  ବୋଲି କହିଛନ୍ତି। ଏହି ମାମଲା ମଧ୍ୟରେ ବରୁଣ କୁମାର ଏବେ ଏଫଆଇଏଚ୍ ପ୍ରୋ ଲିଗରୁ ନିଜ ନାମ ପ୍ରତ୍ୟାହାର କରିନେଇଛନ୍ତି। ଆଇନଗତ ଲଢ଼େଇ ଲଢ଼ିବା ପାଇଁ ସେ ଏପରି କରିଛନ୍ତି।


ଏହି ଘଟଣା ତାଙ୍କ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ବୋଲି ଅନୁଭବ କରିବା ପରେ ହକି ଇଣ୍ଡିଆ ତାଙ୍କୁ ତୁରନ୍ତ ଛୁଟି ଦେଇଛି। ନାବାଳିକା ଥିବା ବେଳେ ବରୁଣ ତାଙ୍କୁ ଅନେକ ଥର ଯୌନ ନିର୍ଯାତନା ଦେଇଥିବା ଜଣେ ମହିଳା ଅଭିଯୋଗ କରିବା ପରେ ବେଙ୍ଗାଲୁରୁ ପୁଲିସ ହକି ଖେଳାଳିଙ୍କ ବିରୋଧରେ ମାମଲା ରୁଜୁ କରିଛି।


କ'ଣ ସଫେଇ ଦେଲେ ବରୁଣ କୁମାର ?


୨୨ ବର୍ଷୀୟା ଯୁବତୀ ସୋମବାର ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ୨୦୧୮ରେ ସେ ଇନଷ୍ଟାଗ୍ରାମରେ ବରୁଣଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ଯେତେବେଳେ ତାଙ୍କୁ ୧୭ ବର୍ଷ ହୋଇଥିଲା ସେତେବେଳେ ଖେଳାଳି ତାଙ୍କୁ ବିବାହ ର ପ୍ରଲୋଭନ ଦେଖାଇ ଅନେକ ଥର ଦୁଷ୍କର୍ମ କରିଥିଲେ। ଅନ୍ୟପକ୍ଷରେ ବରୁଣ ହକି ଇଣ୍ଡିଆ ମୁଖ୍ୟ ଦିଲ୍ଲିପ ତିର୍କୀଙ୍କୁ ଲେଖିଥିବା ପତ୍ରରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ମିଥ୍ୟା ଓ ସରକାରୀ କଳର  ଅପବ୍ୟବହାର ଦ୍ୱାରା ତାଙ୍କୁ ହଇରା କରାଯାଉଛି ବୋଲି ଲେଖିଥିଲେ।


"ମୁଁ ଗଣମାଧ୍ୟମ ରିପୋର୍ଟରୁ ଜାଣିବାକୁ ପାଇଲି ଯେ ମୁଁ ପୂର୍ବରୁ ଯେଉଁ ଝିଅ ସହିତ ସମ୍ପର୍କରେ ଥିଲି ସେ ମୋ ବିରୋଧରେ ଏକ ମିଥ୍ୟା ମାମଲା ରୁଜୁ କରିଛି ଏବଂ ବେଙ୍ଗାଲୁରୁରେ ଏ ସଂକ୍ରାନ୍ତରେ ଏକ ଏଫଆଇଆର ରୁଜୁ ହୋଇଛି, ଯଦିଓ କୌଣସି ପୋଲିସ ଅଧିକାରୀ ଏ ସଂକ୍ରାନ୍ତରେ ମୋ ସହ ଯୋଗାଯୋଗ କରିନାହାଁନ୍ତି ।


ମୁଁ ଜଣେ ଆଇକନିକ ହକି ଖେଳାଳି ଏବଂ ଭାରତ ପାଇଁ ଖେଳୁଥିବା ଏବଂ ଅର୍ଜୁନ ପୁରସ୍କାର ବିଜେତା ହୋଇଥିବାରୁ ମୋଠାରୁ ଟଙ୍କା ଆଦାୟ କରିବା ଏବଂ ମୋର ପ୍ରତିଷ୍ଠା ଓ ଭାବମୂର୍ତ୍ତିକୁ ଖରାପ କରିବା ଛ଼଼ଡା ଏହି ମାମଲା ଆଉ କିଛି ନୁହେଁ। ଏଭଳି ଘଟଣା ମୋ କ୍ୟାରିୟର ଏବଂ ଭାବମୂର୍ତ୍ତିକୁ ଖରାପ କରିପାରେ ।