Weather Report: ଛଟପଟ କରିବ ତାତି, ଆଗାମୀ ୩ ରୁ୪ ଦିନ ଯାଏଁ ବଢିବ ପାରା
Mar 10, 2024, 19:13 PM IST
ଆଗାମୀ ୩ ରୁ୪ ଦିନ ଯାଏଁ ବଢିବ ତାତି। ରାଜ୍ୟର ଅନେକ ସ୍ଥାନରେ ୪ ରୁ ୬ଡିଗ୍ରୀ ଯାଏଁ ଦିନ ତାପମାତ୍ରାରେ ବୃଦ୍ଧି ସମ୍ଭାବନା ରହିଛି। ଏନେଇ ଅଧିକାଂଶ ଜିଲ୍ଲାକୁ ରେଡ୍ ଓ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଟୁଇନସିଟିରେ ମଧ୍ୟ ତାପମାତ୍ରା ଅଧିକ ରହିବ। ଏଥିସହ ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର,ପାରଳାଖେମୁଣ୍ଡି, ଟିଟିଲାଗଡ, ଭବାନୀପାଟଣା, ମାଲକାନଗିରିରେ ତାପମାତ୍ରା ଅଧିକ ରହିପାରେ ବୋଲି ଆକଳନ କରାଯାଇଛି। ତେବେ ୧୪ ତାରିଖରେ ରାଜ୍ୟରେ ପୁଣି ସକ୍ରିୟ ହେବ ପଶ୍ଚିମା ଝଡ। ପ୍ରଭାବରେ ୧୬ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି।