Fisher man Protest: ୫ଦଫା ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବେ ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର
Feb 10, 2024, 16:26 PM IST
୫ଦଫା ଦାବି ପୁରଣ ନହେଲେ ରାଜ୍ୟର ୧୨ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ପରିବାର ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ଓ ପାରମ୍ପରିକ ମତ୍ସ୍ୟ ଓ୍ବାର୍କର୍ସ ସଂଘ ପକ୍ଷରୁ ଚେତାବନୀ। ଓଡିଶା ମତ୍ସ୍ୟ ଉତ୍ପାଦକ ସଂଘ ପାରାଦୀପ ର ସଭାପତି ଶ୍ରୀକାନ୍ତ ପରିଡା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ରାଜ୍ୟର ବିଭିନ୍ନ ମତ୍ସ୍ୟ ଉତ୍ପାଦକ ସଂଘର କର୍ମକର୍ତ୍ତାଙ୍କୁ ନେଇ ପାରାଦୀପରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମତ୍ସଜୀବୀମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରା ଯାଇଥିବା ବେଳେ ମତ୍ସ୍ୟଜୀବୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ରାଜ୍ୟରେ ଥିବା ନଦୀ ମୁହାଣଗୁଡ଼ିକୁ ଖନନ କରାଇବା, ମତ୍ସ୍ୟଜୀବୀଙ୍କୁ ଡିଜେଲ ସବସିଡ ପ୍ରଦାନ କରିବା,କଇଁଛ କଟକଣା ର ସମୟସୀମା ଓ ସୀମାକୁ କମ କରିବା ସହିତ ବଇଁଆ ବା ଚିହ୍ନଟ ଲଗାଇବା, ମତ୍ସ୍ୟଜୀବୀଙ୍କ ପାଇଁ ଏକ ସ୍ବତନ୍ତ୍ର ପାଣ୍ଠି ଗଠନ କରିବା,କଇଁଛ କଟକଣା ଆଳରେ ଫିସିଙ୍ଗ ଏରିଆରୁ ବୋଟଗୁଡ଼ିକୁ ବେଆଇନ ଭାବେ ଫରେଷ୍ଟ ବିଭାଗ ପକ୍ଷରୁ ଅଯଥା ହଇରାଣ କରାଇବା,ଉପକୂଳବର୍ତ୍ତୀ ଅଞ୍ଚଳରେ ଥିବା କମ୍ପାନୀଗୁଡିକର ବର୍ଜ୍ୟ ଜଳକୁ ସମୁଦ୍ର ଏବଂ ନଦୀରେ ନ ଛାଡ଼ିବା ପ୍ରଭୃତି ଦାବିକୁ ତୁରନ୍ତ ପୂରଣ କରିବାକୁ ସରକାରଙ୍କ ନିକଟରେ ଦାବି ରଖାଯାଇଛି।