Weather Update: ରାଜ୍ୟକୁ ପୁଣି ଫେରିବ କି ହାଡଭଙ୍ଗା ଶୀତ? ଶୁଣନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

Sat, 13 Jan 2024-5:52 pm,

ରାଜ୍ୟକୁ ପୁଣି ଫେରିବ ହାଡଭଙ୍ଗା ଶୀତ। କମିବ ଦିନ ତାପମାତ୍ରା। ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଦେଖାଦେଇଛି ଏଭଳି ପାଗ । ଘନ କୁହୁଡିର ଚାଦର ତଳେ ସାରା ଓଡ଼ିଶା । ଆସନ୍ତାକାଲି ପର୍ଯ୍ୟନ୍ତ ଅତି ଘନ କୁହୁଡି ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ଝାରସୁଗୁଡ଼ା, ସୁନ୍ଦରଗଡ, ସମ୍ବଲପୁର, ଢେଙ୍କାନାଳ, କେଉଁଝର, ଯାଜପୁର,ଭଦ୍ରକ,ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ଗଞ୍ଜାମ,କଳାହାଣ୍ଡି, ବଲାଙ୍ଗୀର, ନବରଙ୍ଗପୁର ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ବର୍ତ୍ତମାନ ମେଘମୁକ୍ତ ଆକାଶ ରହିଥିବା ବେଳେ ଦୁଇ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ଦୁଇଦିନ ପରେ ସ୍ବାଭାବିକ ଠାରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବା ସହ କିଛି ଜିଲ୍ଲାରେ ହାଡଭଙ୍ଗା ଶୀତ ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link