Weather Report: ଆଲର୍ଟ ଜାରି କଲା ପାଣିପାଗ ବିଭାଗ, ଏହି ସବୁ ଜିଲ୍ଲାରେ ବର୍ଷା ଆଶଙ୍କା! ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

ପ୍ରିୟମ୍ବଦା ରଣା Wed, 17 Jul 2024-6:12 pm,

Weather Update: ରାଜ୍ୟରେ ଜାରି ରହିଛି ବର୍ଷା । କିଛି ଦିନର ବିରତି ପରେ ରାଜ୍ୟରେ ପୁଣି ବର୍ଷାର ବିସ୍ତୁତି ବଢିଛି। ଗତ ୨୪ ଘଣ୍ଟାରେ କୋରାପୁଟରେ ସର୍ବାଧିକ ବର୍ଷା ୧୨୦.୪ ମିମି ରେକର୍ଡ଼ ହୋଇଛି। ଏହାବାଦ୍ ୪ ସହରରେ ଭାରି ବର୍ଷା ରେକର୍ଡ଼ କରାଯାଇଛି। ଦକ୍ଷିଣ ଛତିଶଗଡ଼ ବାୟୁମଣ୍ତଳରେ ଏକ ଲଘୁଚାପ କ୍ଷେତ୍ରୀୟ ସକ୍ରିୟ ରହିଛି। ଏହାସହ ୧୯ ତାରିଖକୁ ପଶ୍ଚିମ କେନ୍ଦ୍ରିୟ ବଙ୍ଗୋପସାଗର ତଥା ପାଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଫଳରେ ଆସନ୍ତା ୭ ଦିନ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link