Cyclone Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା ଦାନା, କେମିତି ରହିବ ଓଡ଼ିଶା ଉପରେ ପ୍ରଭାବ?
Rashmita Sahoo Fri, 18 Oct 2024-4:39 pm,
Weather Update: ଅତି ଭୀଷଣ ରୂପ ନେଇପାରେ ବାତ୍ୟା। ପବନର ବେଗ ୧୫୦ କିମି ଡେଇଁପାରେ। ମାଡ ହେବ ସିଧା ଓଡ଼ିଶା ଉପକୂଳର ପାରାଦୀପରୁ ବାଲେଶ୍ବର ମଝିରେ। ଗ୍ଲୋବାଲ୍ ଫେରକାଷ୍ଟିଂ ମଡେଲ୍ ଏମିତି ପୂର୍ବାନୁମାନ କରିଛି। ବାତ୍ୟା ରୂପ ନେଲେ ଏହାର ନାମକରଣ 'ଦାନା ' ରଖାଯିବ । ଜିଏଫଏସ୍ ପୂର୍ବାନୁମାନ କରି କହୁଛି , ଓଡି଼ଶା ଭିତରେ ହିଁ ବାତ୍ୟା ବୁଲିବ। ବାତ୍ୟା-ଉପକୂଳରୁ ଆଭ୍ୟନ୍ତର ଆଉ ଉତ୍ତର ଓଡି଼ଶା। ସପ୍ତାହେ ଯାଏ ପ୍ରବଳ ବର୍ଷା ସମ୍ଭାବନା ରହିଛି। ବାତ୍ୟା ଦୁର୍ବଳ ପରେ ବି ସପ୍ତାହେ ଯାଏଁ ଓଡିଶା ଉପରେ ଲଘୁଚାପ ରହିବ। ଜିଏଫଏସ୍ ମଡେଲ୍ ଏଭଳି ଆକଳନ କରିଛି।