Weather Report: ଆସନ୍ତା ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ୭ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

Sat, 20 Jul 2024-6:39 pm,

ଏବେବି ସକ୍ରିୟ ରହିଛି ଅବପାତ। ଉତ୍ତର ପଶ୍ଚିମ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ସକ୍ରିୟ ରହିଥିବା ବେଳେ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବ। ଦୁର୍ବଳ ହେବାପରେ ବର୍ଷାର ପ୍ରକୋପ ରାଜ୍ୟରେ ହ୍ରାସ ହେବାକୁ ଥିବା ବେଳେ ହଟିଛି ରେଡ ଆଲର୍ଟ। ତଥାପି ଆହୁରି ୨୪ ଘଣ୍ଟା ପ୍ରବଳ ଛେଚିବ। ଆସନ୍ତା ୨୪ ଘଂଟା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୭ ଜିଲ୍ଲା ଯେପରିକି ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ପାଇଁ ଅରେଞ୍ଜ ବର୍ଣ୍ଣିଙ୍ଗ ଜାରି କରିଛି।ସେହିପରି ପ୍ରବଳ ବର୍ଷା ପାଇଁ କନ୍ଧମାଳ, ନୟାଗଡ ,ଖୋର୍ଦ୍ଧା, କଟକ, ଅନୁଗୁଳ, ଢେଙ୍କାନାଳ ,ବୌଦ୍ଧ, ସୋନପୁର, ବଲାଙ୍ଗୀର, ବରଗଡ଼ ଓ ନୂଆପଡାକୁ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link