Weather Report: ଆଜିଠୁ ପ୍ରବଳ ଜାଡ଼ରେ ଥରିବ ଓଡ଼ିଶା, ଟେନସନ ଦେବ କୁହୁଡ଼ି

Sat, 27 Jan 2024-3:52 pm,

ବର୍ଷାରେ ଲାଗିଲା ବ୍ରେକ, ଆଜିଠୁ ହେବ ପ୍ରବଳ ଜାଡ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଶୀତ ସହ ଘନ କୁହୁଡି କରିବ କଲବଲ । ରାଜ୍ୟକୁ ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା ଶୁଷ୍କ ପବନ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ସ୍ବାଭାବିକଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଶୀତ ଲହରୀ ନେଇ ସତର୍କତା ଜାରି କରାଯାଇଛି। ଶୀତ ଲହରୀ ସମୟରେ ଶିଶୁ ଏବଂ ବୟସ୍କ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏହାସହ ରାତିରେ ବାଇକରେ ଲଙ୍ଗଡ୍ରାଇଭରେ ଯିବାକୁ ବାରଣ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link