Weather Report: ତାରିଖ ଯାଏଁ ପଶ୍ଚିମ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ ଭାରି ବର୍ଷା ସମ୍ଭାବନା, ଜାଣନ୍ତୁ ଆଜିର ପାଣିପାଗ ରିପୋର୍ଟ..

Wed, 07 Aug 2024-6:26 pm,

Weather Update: ରାଜ୍ୟରେ ଜାରି ରହିଛି ବର୍ଷା। ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଲାଂଦେଶରେ ମଙ୍ଗଳବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବର ୮ ତାରିଖ ଯାଏଁ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏଁ ପଶ୍ଚିମ ଓଡି଼ଶା ସମେତ ବିଭିନ୍ନ ସ୍ଥାନରେ ଭାରି ବର୍ଷା ହେବ। ଆଜି ମାଲକାନଗିରି, କୋରାପୁଟ୍, ନବରଙ୍ଗପୁର, ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ଼, ସମ୍ବଲପୁର ଓ ଦେବଗଡ଼ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ଓ୍ବାର୍ଣ୍ଣିଂ ଜାରି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link