Dhanuyatra 7th Day: ଧନୁଯାତ୍ରାର ସପ୍ତମ ଦିନ, ଗୋପପୁରରେ କୃଷ୍ଣମୟ ପରିବେଶ

Mon, 22 Jan 2024-6:26 pm,

ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ସପ୍ତମ ଦିବସ ରେ ଗୋପପୁର ରେ କୃଷ୍ଣମୟ ପରିବେଶ ଥିବା ବେଳେ କୃଷ୍ଣ ଗୋଟିଏ ପରେ ଗୋଟିଏ ଲୀଳା ଦେଖାଇ ଚାଲିଛନ୍ତି । ପ୍ରତିଦିନ ଭଳି ରାଧା ଓ ଗୋପୀମାନେ ମଥୁରାକୁ ଦଧି ବିକି ଗୋପପୁର ଫେରିବା ବାଟରେ ଯମୁନା ପାରି ହୋଇ ଆସିଲା ବେଳେକୁ କୃଷ୍ଣ ନାଉଁରୀଆ ବେଶରେ ଜଗି ରହିଥାନ୍ତି ଓ ତାପରେ ହୋଇଥାଏ ରାଧାକୃଷ୍ଣଙ୍କ ନାବକେଳି । ସପ୍ତମ ଦିନର ଏହି ମନୋରମ ଦୃଶ୍ୟ ସ୍ଥାନୀୟ ମନାବନ୍ଧ ଠାରେ ଦେଖିବାକୁ ହଜାର ହଜାର ଦର୍ଶକଙ୍କ ଭିଡ଼ ଜମିଥିଲା ରାଧାକୃଷ୍ଣଙ୍କ ଏହି ପ୍ରେମରେ ଆତ୍ମବିଭୋର ହୋଇପଡ଼ିଥିଲେ ଦର୍ଶକ ।ସାରା ଗୋପପୁର ହୋଇପଡ଼ିଛି କୃଷ୍ଣମୟ । କୃଷ୍ରପ୍ରେମରେ ରାଧା ଙ୍କ ସହ ଷୋହଳ ସହସ୍ରଗୋପୀ ହୋଇପଡ଼ିଛନ୍ତି ଆତ୍ମବିଭୋର । ନଟଖଟିଆ କାହ୍ନୁ ଗୋଟିଏ ପରେ ଗୋଟିଏ ଲିଳା କରିଚାଲିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link