Manipur Violence: ମଣିପୁର ଲଜ୍ଜା ଘଟଣାରେ ଅଭିଯୁକ୍ତର ଘର ଜାଳିଦେଲେ ମହିଳା

Sat, 22 Jul 2023-12:25 pm,

A group of women set fire to the house of prime accused sexual assault case In manipur । ମଣିପୁର ହିଂସା ପାଇଁ କେବଳ ମଣିପୁର ସରକାର ହିଁ ଦାୟୀ ବୋଲି କାନ୍ଦି କାନ୍ଦି କହିଛନ୍ତି ଜଣେ ପୀଡ଼ିତାଙ୍କ ମା’। ସେଦିନ ଜ୍ବାଇଁ ଓ ନାତୀକୁ ଆଖି ସାମ୍ନାରେ ହତ୍ୟା କରିଥିଲେ ଅଭିଯୁକ୍ତ । ଦାଣ୍ଡରେ ପଡ଼ିଥିଲା ଝିଅର ଇଜ୍ଜତ । ଯାହାକୁ ପୁରା ବିଶ୍ବ ଦେଖିଲା । ଏହା ପରେ ଆଉ ପରିବାର ସହ ଗାଁକୁ ଫେରିବେନି ବୋଲି କହିଛନ୍ତି ପୀଡ଼ିତାଙ୍କ ମା’ । ଗତ ମେ ୪ରେ ପୀଡ଼ିତାଙ୍କ ଉପରେ ହୋଇଥିଲା ଅତ୍ୟାଚାର । ୨ ମହିଳାଙ୍କୁ ଗଣଦୁଷ୍କର୍ମ ପରେ ରାସ୍ତାରେ ଉଲଗ୍ନ କରି ଚଲାଇବାର ଭାଇରାଲ ଭିଡିଓ ପୂରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଘଟଣାରେ ଉତ୍ତ୍ୟକ୍ତ କିଛି ମହିଳା ଅଭିଯୁକ୍ତର ଘର ଜାଳିଦେଇଥିବା ବେଳେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link