Odisha Crime: ପୂର୍ବ ଶତୃତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା, ଦେଖନ୍ତୁ ଏହି ଭିଡିଓ

ପ୍ରିୟମ୍ବଦା ରଣା Wed, 13 Mar 2024-1:02 pm,

Odisha Crime: ଗତକାଲି ବିଳମ୍ବିତ ରାତିରେ ବାହାଘର ଶୋଭାଯାତ୍ରାରେ ଜଣେ ଯୁବକଙ୍କୁ ଛୁରାମାଡ କରି ହତ୍ୟା କରାଯାଇଛି । ହତ୍ୟା ପରେ ଅଭିଯୁକ୍ତ ର ଘର ସହ ଆସବାସକୁ ଜାଳି ପୋଡିଦେଲେ ଅଞ୍ଚଳବାସୀ। ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଗ୍ରାମରେ। ମୃତକ ଜଣକ ହେଲେ ଚନ୍ଦ୍ରଗିରି ଗ୍ରାମର ପ୍ରଶାନ୍ତ ପ୍ରଧାନ । ଜଣେ ସାଙ୍ଗର ବାହାଘର ଶୋଭାଯାତ୍ରାରେ ଯୋଗଦେବାକୁ ପ୍ରଶାନ୍ତ ଏବଂ ତାଙ୍କ ସାଙ୍ଗ ଜଗନ୍ନାଥ ଜେନା ଯାଉଥିବା ସମୟରେ ଚନ୍ଦ୍ରଗିରି ଗ୍ରାମର ହରି ପ୍ରଧାନ ଏବଂ ତାଙ୍କ ଭାଇ କୃଷ୍ଣ ପ୍ରଧାନ ମିଶି ଆତର୍କିତ ଭାବେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link