Marriage Video: ୪୯ ବର୍ଷିୟ ଆଧ୍ୟାତ୍ମିକ ବାବାଙ୍କୁ ବିବାହ କଲେ ୩୮ ବର୍ଷିୟ ଅଭିନେତ୍ରୀ...ଭିଡିଓ ଭାଇରାଲ
Rashmita Sahoo Tue, 05 Nov 2024-6:39 pm,
ଗତ କିଛି ବର୍ଷ ହେବ ଅଭିନେତା ଓ ଅଭିନେତ୍ରୀମାନେ ନିଜ ପ୍ରିୟଜନଙ୍କ ଗହଣ ବିବାହ ବନ୍ଧନରେ ବାନ୍ଧି ହେବାର ଟ୍ରେଣ୍ଡ ଦେଖିବାକୁ ମିଳିଛି। ନିକଟରେ ଜଣେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପ୍ରେମ ବିବାହ କରିଥିଲେ ଏବଂ ଏହି ଦମ୍ପତିଙ୍କ ମଧ୍ୟରେ ବୟସର ପାର୍ଥକ୍ୟ ଏହାକୁ ଅଧିକ ଆକର୍ଷଣୀୟ କରିଥିଲା । ଆମେ କହୁଛୁ ଏହି ଆକର୍ଷଣୀୟ ଯୋଡି ଦିବ୍ୟା ଶ୍ରୀଧର ଏବଂ କ୍ରିସ୍ ବେଣୁଗୋପାଳଙ୍କ ବିଷୟରେ । ଦିବ୍ୟା ମାଲାୟଲମ ଟିଭି ଇଣ୍ଡଷ୍ଟ୍ରିର ଜଣେ ଅଗ୍ରଣୀ ତାରକା ହୋଇଥିବା ବେଳେ କ୍ରିସ୍ ବେଣୁଗୋପାଳ ଜଣେ ଅଭିନେତା ଯିଏ କି ଏବେ ଜଣେ ଆଧ୍ୟାତ୍ମିକ ବାବା ହିସାବରେ ବେଶ ଜଣାଶୁଣା । ୨୦୨୪ ଅକ୍ଟୋବର ୩୦ରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।