HBD Sabyasachi: ସ୍ୱାମୀ ସବ୍ୟସାଚୀଙ୍କୁ ଏମିତି ଢଙ୍ଗରେ ଜନ୍ମଦିନ ୱିସ୍ କଲେ ଅର୍ଚ୍ଚିତା, ଭିଡିଓ ଭାଇରାଲ

Rashmita Sahoo Sun, 06 Oct 2024-12:39 pm,

HBD Sabyasachi: ଆଜି ଓଲିଉଡ କଳାକାର ସବ୍ୟସାଚୀ ମିଶ୍ରଙ୍କ ଜନ୍ମଦିନ। ୩୯ ବର୍ଷରେ ପାଦ ଥାପିଛନ୍ତି ଏହି ଓଡ଼ିଆ ସୁପରଷ୍ଟାର। ସବୁଠାରୁ ବଡ଼ କଥା ହେଲା ନିଜ ଜନ୍ମଦିନକୁ ସେ ଅତି ନିରାଡମ୍ବର ଭାବେ ପାଳନ କରିଛନ୍ତି । କାରଣ ନିଜ ଆଗାମୀ ଫିଲ୍ମ ରାଣ୍ଡି ପୁଅ ଅନନ୍ତା ସୁଟିଂ ସେଟରେ ବ୍ୟସ୍ତ ଅଛନ୍ତି ସବ୍ୟ । ତେବେ ପତ୍ନୀ ତଥା ଅଭିନେତ୍ରୀ ଅର୍ଚ୍ଚିତା ୪୫୦ କିଲୋମିଟର ଦୂରରେ ଥାଇ ବି ଅତି ସୁନ୍ଦର ଭାବେ ନିଜ ସ୍ୱାମୀ ତଥା ଅଭିନେତା ସବ୍ୟସାଚୀଙ୍କ ଜନ୍ମଦିନ ପାଳିଛନ୍ତି । ଯାହାର ଏକ ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି। ଏଠାରେ କହିରଖୁଛୁ ଯେ, ଅଭିନେତା ସବ୍ୟସାଚୀ ଖୁବଶୀଘ୍ର ରାଣ୍ଡି ପୁଅ ଅନନ୍ତା ଫିଲ୍ମରେ ନଜର ଆସିବେ । ଯାହା ପାଇଁ ସେ ଦୀର୍ଘ ୭ ମାସ ଧରି ନିଜର ଓଜନକୁ ନେଇ ଅନେକ କଷ୍ଟ କରିଥିବା କହିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link