Rachna Banerjee: ରଚନା ଲଢିବେ ଲୋକସଭା ନିର୍ବାଚନ, ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ

Sun, 10 Mar 2024-7:26 pm,

Rachna Banerjee: ଲୋକସଭା ନିର୍ବାଚନ ଲଢିବେ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି । ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଦଳ ରଚନାଙ୍କୁ ହୁଗୁଳି ଲୋକସଭା ଆସନରୁ ପ୍ରାର୍ଥୀ କରିଛି ।ରବିବାର ପଶ୍ଚିମବଙ୍ଗର ସମସ୍ତ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଟିଏମସି । କୋଲକାତାର ଜନ ଗର୍ଜନ ସଭାରେ ୪୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି ଟିଏମସି ନେତ୍ରୀ । ତେବେ ଏହି ୪୨ ଜଣ ଲୋକସଭା ପ୍ରାର୍ଥୀଙ୍କ ମଧ୍ୟରେ କ୍ରିକେଟର ୟୁସଫ୍ ପଠାନଙ୍କ ସହିତ ମହୁଆ ମୋଇତ୍ରୋ, ଶତ୍ରୁଘ୍ନ ସିହ୍ନା, ସୟାନି ଘୋଷ ମଧ୍ୟ ରହିଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link