Anubhav Mohanty: କୋର୍ଟ ରୁମ ଡ୍ରାମାର ଭିଡିଓ ସେୟାର କଲେ ଅନୁଭବ ମହାନ୍ତି, ଦେଖନ୍ତୁ Video

Thu, 14 Mar 2024-7:52 pm,

କିଛି ନୂଆ ଓ ଭିନ୍ନ କାହାଣୀ ନେଇ ପ୍ରସ୍ତୁତ ହେବାକୁ ଯାଉଛି ନୂଆ ଓଡ଼ିଆ ଫିଲ୍ମ କୁହୁଡି । ଯୁବ ନିର୍ଦ୍ଦେଶକ ଅଜୟ ପାଢୀ ନିର୍ଦ୍ଦେଶନାରେ ଅନୁଭବ ମହାନ୍ତିଙ୍କୁ ଭିନ୍ନ ଏକ ଚରିତ୍ରରେ ଦେଖିବାକୁ ମିଳିବ। ନିଜ ଚିରାଚରିତ ଲୁକ୍ ଓ ଚରିତ୍ରରୁ ହଟିକି ଏଥର ଜଣେ ଆଇନଜୀବୀ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି ଅନୁଭବ । ନିକଟରେ ଫିଲ୍ମ କୁହୁଡି ର ଏକ ପୋଷ୍ଟର ରିଲିଜ୍ କରାଯାଇଥିଲା । ଆଉ ଏବେ ଫିଲ୍ମର ସୁଟିଂ କାମ ଆଗେଇବା ପାଇଁ କାମ ଚାଲିଛି । ତେବେ ଫିଲ୍ମର କିଛି ଟା କ୍ଲିପ୍ ନିଜ ଇନଷ୍ଟା ପେଜ୍ ରେ ସେୟାର କରିଛନ୍ତି ଅନୁଭବ ମହାନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link