Anubhav Mohanty: ବାପାଙ୍କ ମରଶରୀରକୁ କାନ୍ଧ ଦେଲେ ଅନୁଭବ, ଦେଖନ୍ତୁ ଭିଡିଓ

Thu, 15 Feb 2024-5:39 pm,

Abhaya Kumar Mohanty Died: ପରପାରିରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବାପା ଅଭୟ କୁମାର ମହାନ୍ତି । ଚିକିତ୍ସାଧୀନ ଅବସ୍ଥାରେ କଟକରେ ତାଙ୍କର ଦେହାନ୍ତ ସୂଚନା ରହିଛି। ପୂରା ପରିବାରରେ ଶୋକର ଛାୟା ଖେଳିଯାଇଛି। ଦୀର୍ଘବର୍ଷ ଧରି ଅଭୟ ମହାନ୍ତି ଅସୁସ୍ଥ ଥିଲେ। ଫଳରେ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ ଅଭୟ ମହାନ୍ତି । ଏପରିକି ନିକଟରେ ଏକ ହସ୍ସିଟାଲରେ ଅଭୟ ମହାନ୍ତିଙ୍କ ଅପରେସନ ମଧ୍ୟ ହୋଇଥିଲା। ଯାହାକୁ ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ । ଏୁପରିକି ନିଜ ବାପାଙ୍କ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ଠାକୁରଙ୍କ ନିକଟରେ ପ୍ରାର୍ଥନା ମଧ୍ୟ କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଛି। କଟକ ନନ୍ଦିସାହି ସ୍ଥିତ ବାସଭବନରେ ଅଭୟ ମହାନ୍ତିଙ୍କ ପରଲୋକ ଘଟିଥିବା ସୂଚନା ମିଳିଛି । ୭୪ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି ଅନୁଭବଙ୍କ ବାପା ଅଭୟ ମହାନ୍ତି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link