Ram Film Shooting: ଗୋଟିଏ ସୁଟିଂ ସେଟରେ ଓଲିଉଡର ଦୁଇ ସୁପରଷ୍ଟାର ଅନୁଭବ ଓ ଅରିନ୍ଦମ

ରଶ୍ମିତା ସାହୁ Mon, 18 Sep 2023-2:26 pm,

ରତ୍ନା ଫିଲ୍ମ ବ୍ୟାନରର ଚତୁର୍ଥ ଅବଦାନ ତଥା ଅରିନ୍ଦମଙ୍କ ନିଜ ପ୍ରଯୋଜନାରେ ଦଶହରାରେ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ନୂଆ ରାମ୍ ଚଳଚ୍ଚିତ୍ର ଇତିହାସ ରଚିବାକୁ ଯାଉଛି ଏଥିରେ ସନ୍ଦେହ ନାହିଁ । ବଲିଉଡ ତଥା ଟଲିଉଡ ଷ୍ଟାର ରାହୁଲ ଦେବଙ୍କ ଏଣ୍ଟ୍ରି ଦର୍ଶକଙ୍କୁ ଆହୁରି ଆନନ୍ଦିତ କରିଥିଲା । ଏକା ସାଙ୍ଗରେ ଦୁଇଟି ୟୁନିଟରେ ସୁଟିଂ ଚାଲିଥିବା ବେଳେ ଛଅ, ଛ’ଟି କ୍ୟାମେରାରେ ସୁଟିଂ ହେଉଥିଲା । ରାହୁଲ ଦେବଙ୍କ ଏଣ୍ଟ୍ରି ପରେ କାଲି ଦର୍ଶକ ଚମକିଲା ଭଳିଆ ଆଉ ଏକ ଖବର ମିଳିଥିଲା । ଓଲିଉଡ଼ର ମେଗା ଆକ୍ସନ ଷ୍ଟାର ଅନୁଭବ ମହାନ୍ତିଙ୍କୁ ସୁଟିଂ ସେଟରେ ଦେଖିବାକୁ ମିଳିଥିଲା । ପ୍ରଶାନ୍ତ ନନ୍ଦଙ୍କ ଶଙ୍କର ସିନେମା ପରେ ଅରିନ୍ଦମ ଏବଂ ଅନୁଭବଙ୍କର ଏହା ଦ୍ଵିତୀୟ ଫିଲ୍ମ ଯେଉଁଥିରେ ଦଶହରା ବଜାରରେ ରାମ୍ ଚଳଚ୍ଚିତ୍ରରେ ଦୁହେଁ ନଜର ଆସିବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link