Banaklagi Niti: ରାତି ପାହିଲେ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନୀତି

Tue, 18 Jul 2023-10:52 pm,

'Banaka Lagi Niti' Ritual Of Lord Jagannath । Banaklagi Niti: ରାତି ପାହିଲେ ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକଲାଗି ନିତି। ବହୁ ବାଦବିବାଦ ପରେ ଆଜି ସ୍ୱତନ୍ତ୍ର ବୈଠକରେ ଆଲୋଚନା ହୋଇ ଆସନ୍ତା କାଲି ବନକଲାଗି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ସେପଟେ ବନକଲାଗି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଉଥିବା ସାମଗ୍ରୀର ମାନ ନକଲି ବୋଲି ଖୋଦ୍ ଦତ୍ତମହାପାତ୍ର ସେବକ ଅଭିଯୋଗ ଉଠାଇଛନ୍ତି। ସବୁଠାରୁ ବଡକଥା ହେଉଛି ମହାପ୍ରଭୁଙ୍କ ଶ୍ରୀମୁଖକୁ ସୁରକ୍ଷିତ ରଖିବା ଲାଗି ବ୍ଯବହୃତ କସ୍ତୁରୀ ଗୁଣ୍ଡର ମାନ ଉପରେ ପ୍ରଶ୍ନ ଉଠାଇବା ସହ ସତ୍ତ୍ୱଲିପି ଆଧାରରେ ପ୍ରତି ଗୁରୁବାର ବନକଲାଗି କରିବାକୁ ଦାବି କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link