Dhanuyatra End: କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା

Sat, 27 Jan 2024-11:39 am,

କଂସ ବଧ ସହ ସମାପ୍ତ ହୋଇଛି ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ପ୍ରେମ, ଭକ୍ତି , ବିରହ, ଅନ୍ୟାୟ , ଅନିତି ଓ ଅତ୍ୟାଚାର କୁ ନେଇ ଆରମ୍ଭ ହୋଇଥିବା ଧନୁଯାତ୍ରା ଦିର୍ଘ ୧୧ ଦିନ ଧରି ଚାଲିବା ପରେ ଅନ୍ୟାୟ, ଅଧର୍ମକୁ ପଛରେ ପକାଇ ପରିଶେଷରେ ସତ୍ୟ ଓ ଧର୍ମର ଜୟହୋଇଛି । ଏହା ହେଉଛି ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରାର ମୂଳ ଉଦ୍ଦେଶ୍ୟ ।ଗତ ଡିସେମ୍ବର ୩୧ ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ର ବିଶ୍ୱ ପ୍ରସିଦ୍ଧ ଧନୁଯାତ୍ରା ପୌଷ ପୂଣ୍ଣମୀ ଦିନ ସମାପ୍ତ ହୋଇଛି । ଧନୁଯାତ୍ରାର ଅନ୍ତିମ ଦିବସରେ କୃଷ୍ଣ ବଳରାମ ମଥୁରା ନଗରୀ ଭ୍ରମଣ କରି ମହାରାଜ କଂସ ଙ୍କ ଧନୁଯାତ୍ରା କୁ ପହଂଚିଥିବା ବେଳେ ମହାରାଜା କଂସଙ୍କ ଆଦେଶ ଅନୁଯାୟୀ ରାଜଦରବାର ର ସମସ୍ତ ଦ୍ୱାରରେ ନିୟୋଜିତ ଥିଲେ ବଡ଼ ବଡ଼ ଯୋଦ୍ଧା । ପ୍ରଥମ ଦ୍ୱାର ରେ ଥିଲା କୁବଳୟା ହସ୍ତି । କୁବଳୟା ହସ୍ତୀ ସହିତ ଗୋଟେ ପରେ ଗୋଟେ ସମସ୍ତ ଯୋଦ୍ଧା ଙ୍କୁ ବଦ୍ଧ କରିଥିଲେ କୃଷ୍ଣ ବଳରାମ ଦୁଇଭାଇ | ଶେଷରେ ମହାରାଜ କଂସ ଓ ମହାମନ୍ତ୍ରୀ ଶକ୍ରାଜିତ ଭଗବାନ କୃଷ୍ଣଙ୍କ ପାଖରେ ଆତ୍ମ ସମର୍ପଣ କରିବା ଦୃଶ୍ୟ ଥିଲା ବେଶ ମନୋରମ । ଯାହା ଦର୍ଶକ ଙ୍କୁ ମଧ୍ୟ ଆଚମ୍ବିତ କରିଥିବା ବେଳେ କଂସ ବି କୃଷ୍ଣ ଭକ୍ତ ତାହା ପ୍ରମାଣିତ ହୋଇଥିଲା ଏବଂ ସବୁବେଳେ ଅଧର୍ମ ଉପରେ ଧର୍ମ ର ଜୟ,ଅସତ୍ୟ ଉପରେ ସତ୍ୟ ର ବିଜୟ ହୋଇଥାଏ ତାହା ପ୍ରମାଣିତ କରିଥିଲା | ତେବେ ଭଗବାନଙ୍କ ହାତରେ କଂସ ବଧ ହେବାପରେ ମଥୁରାରେ ଦେଖା ଯାଇଥିଲା ଉତ୍ସବର ମାହୋଲ । କୃଷ୍ଣବଳରାମ ଅଷ୍ଟମଲ୍ଲଙ୍କ ସହ ମହାରାଜ କଂସ କୁ ବଧ କରି ମଥୁରାବାସୀ ଙ୍କୁ କଂସ ର ଅତ୍ୟାଚାରରୁ ମୁକ୍ତ କରାଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link