Baruni Yatra: କନକଦୁର୍ଗାଙ୍କ ମନ୍ଦିରରେ ବାରୁଣୀ ଯାତ୍ରା ଅନୁଷ୍ଠିତ, ମାନସିକ ଧାରୀଙ୍କ ଭିଡ଼

Sat, 06 Apr 2024-5:00 pm,

କନକଦୁର୍ଗା ଙ୍କ ମନ୍ଦିରରେ ବାରୁଣୀ ଯାତ୍ରା ଅନୁଷ୍ଠିତ।ମାନସିକ ଧାରୀ ଙ୍କ ଭିଡ଼ ଲାଗିଥିବା ବେଳେ ମୁଣ୍ଡ ଉପରେ କୁକୁଡ଼ା ଉଡିଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ମା କନକ ଦୁର୍ଗା ମନ୍ଦିରରେ ପ୍ରସିଦ୍ଧ ବାରୁଣୀ ଯାତ୍ରାରେ ପାରମ୍ପରିକ ରୀତି ନୀତି ଅନୁସାରେ ପ୍ରଭାତରେ ବାରୁଣୀ ସ୍ନାନ ଓ ପରେ ପରେ ମାନସିକ ଧାରୀଙ୍କ ଦ୍ଵାରା ଦାଣ୍ଡ ଓଳେଇବା ଓ କୁକୁଡ଼ା ଉଡ଼ାଇବା ଭଳି ବିରଳ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା। ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ପିତେଇପୁର ପଂଚାୟତର କନକ ଦୂର୍ଗାଙ୍କ ମନ୍ଦିରରେ ଦୀର୍ଘ ପାଞ୍ଚ ଶହ ବର୍ଷରୁ ଉର୍ଦ୍ଧ୍ବ ହେବ ପାଳନ ହେଉଛି ଏହି ବାରୁଣୀ ଯାତ୍ରା । ଚୈତ୍ର ମାସ ଚତୁର୍ଦ୍ଦଶୀ ତିଥିରେ ମା ଙ୍କର ଏହି ବାରୁଣୀ ଯାତ୍ରା ଅନୁଷ୍ଠିତ ହୋଇଥାଏ । ମାନସିକ ଧାରିମାନେ ଏହି ପ୍ରସିଦ୍ଧ ପୀଠକୁ ଆସି ମାନସିକ କରି ନିଜର ଅଭିଳାସା ପୁରଣ କରିଥାନ୍ତି । ବିଶେଷ କରି ଏହି ପୀଠରେ ଅପୁତ୍ରିକ ନାରୀ ମାନେ ମାନସିକ ଧାରଣ କରି ମାତୃତ୍ୱ ଲାଭ କରିବା ପ୍ରମାଣ ରହିଛି । ଚଳିତ ବର୍ଷ ଏହି ବାରୁଣୀ ଯାତ୍ରା ମହାଆଡମ୍ବର ସହିତ ପାଳନ କରାଯାଉଥିବାର ଦେଖାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link