Heavy RainFall : ବେଜିଂରେ ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା ବର୍ଷା, କାଗଜ ଟୁକୁଡା ପରି ଭାସୁଛି କାର୍

Fri, 04 Aug 2023-7:15 pm,

Beijing battered by heaviest rainfall recorded in at least 140 years । ସାରା ବିଶ୍ୱରେ ଅନେକ ସ୍ଥାନରେ ଲାଗିଛି ଲଗାଣ ବର୍ଷା । ଏହି କାରଣରୁ ବିଭିନ୍ନ ସ୍ଥାନରେ ଜଳମଗ୍ନ ପରି ପରିସ୍ଥିତି ଉପୁଜିଛି। ଅନ୍ୟପଟେ ଚାଇନାର ବେଜିଂରେ ଲଗାଣ ବର୍ଷାରେ ସ୍ଥିତି ବେହାଲ । କୁହାଯାଉଛି ଗତ ଦୁଇଦିନ ଧରି ଯେଉଁ ଲଗାଣ ବର୍ଷା ଲାଗିରହିଛି ତାହା ୧୪୦ ବର୍ଷର ରେକର୍ଡକୁ ଭାଙ୍ଗିଛି। ଯାହା ଫଳରେ କେବଳ ତଳିଆ ଅଞ୍ଚଳ ନୁହେଁ ବରଂ ଉପରଭାଗ ତଥା ସହରର ଉଚ୍ଚ ସ୍ଥାନରେ ମଧ୍ୟ ପାଣି ଜମିଛି ଯେଉଁ କାରଣରୁ ବନ୍ୟା ସ୍ଥିତି ଦେଖାଦେଇଛି। ବନ୍ୟା ସ୍ଥିତି କାରଣରୁ କାର୍ ଗୁଡ଼ିକ କାଗଡ ଟୁକୁଡା ପରି ଭାସୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link