Terrorist Attack: ୩ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସାଥି ଯବାନ, ଦେଖନ୍ତୁ ଏହି ଦୁଃଖଦାୟକ ଭିଡିଓ..

ପ୍ରିୟମ୍ବଦା ରଣା Thu, 14 Sep 2023-7:00 pm,

Terrorist Attack: ଆଜି ଜମ୍ମୁ କାଶ୍ମୀରର ଅନନ୍ତନାଗ ଅନ୍ତର୍ଗତ କୋକରେନାଗ ଅଞ୍ଚଳରେ ଆତଙ୍କବାଦୀଙ୍କ ସହ ହୋଇଥିବା ମୁକାବିଲାରେ ଆର୍ମି କର୍ଣ୍ଣେଲ, ମେଜର ଏବଂ ଡିଏସପି ସହିଦ ହୋଇଥିଲେ। ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଏହି ଗୁଳି ବିନିମୟରେ କର୍ଣ୍ଣେଲ ମନପ୍ରୀତ ସିଂ, ମେଜର ଆଶିଷ, ଜାମ୍ମୁ କାଶ୍ମୀର ପୋଲିସର ଡିଏସପି ହୁମାୟୁନ ଭଟ ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ଶହୀଦ ହୋଇଥିଲେ। ସେ କହିଛନ୍ତି ଯେ, ଅତ୍ୟଧିକ ରକ୍ତସ୍ରାବ ହେତୁ ଭଟ୍ଟଙ୍କ ମୃତ୍ୟୁ ଘଟିଥିଲା।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link