Weather Report: ରାଜ୍ୟରେ ଶୀତର ପ୍ରକୋପ, ୧୫ ଡିଗ୍ରୀ ତଳେ ୪ଟି ସହରର ତାପମାତ୍ରା

ରଶ୍ମିତା ସାହୁ Sun, 29 Oct 2023-5:13 pm,

ରାତି ହେଲେ ମାଡ଼ି ଆସୁଛି ଶୀତ । ଉପାନ୍ତ ପାହାଡ଼ି ଅଞ୍ଚଳରେ ଏବେ ଦେଖିବାକୁ ମିଳିଳାଣି ଶୀତର ପ୍ରକୋପ । ଧୀରେ ଧୀରେ ଖସିଲାଣି ପାରଦ । ବିଶେଷ କରି କନ୍ଧମାଳ ଓ କୋରାପୁଟରେ ଅନୁଭୂତ ହେଲାଣି ଶୀତ । ରାତିର ତାପମାତ୍ରା ଏଠାରେ ଖସିବା ସହ ଶୀତ ଆସୁଥିବା ସଂକେତ ମିଳିଲାଣି । ଏମିତି ଭୋରରୁ ଦେଖିବାକୁ ମିଳିଛି ଘନ କୁହୁଡ଼ିର ଆସ୍ତରଣ । ଗତ ରାତିରେ ୧୫ ଡିଗ୍ରୀ ତଳେ ଥିଲା ୪ଟି ସହରର ତାପମାତ୍ରା । ୧୩ ଡିଗ୍ରୀ ସହ ଫୁଲବାଣୀ ଓ ଜି. ଉଦୟଗିରି ସବୁଠୁ ଥଣ୍ଡା ସହର । ସେହିପରି କୋରାପୁଟରେ ୧୩.୮ ଓ ଦାରିଙ୍ଗବାଡ଼ିରେ ପାରଦ ଥିଲା ୧୪ ଡିଗ୍ରୀ। ଚଳିତ ସିଜିନରେ ପ୍ରଥମ ଥର ୨୦ ଡିଗ୍ରୀ ତଳକୁ ଖସିଲା ରାଜଧାନୀ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link