Weather Report: ବଙ୍ଗୋପସାଗରରେ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ! ୫ ଦିନ ପର୍ଯ୍ୟନ୍ତ ଜୋରଦାର ବର୍ଷିବ
Sat, 29 Jul 2023-6:53 pm,
Bhubaneswar IMD Scientist Sanjeev Dwivedi Briefs On Odisha Weather Today । ବଙ୍ଗୋପସାଗରରେ ଲଗାତାର ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାରେ ଲାଗିଛି । କିଛି ଦିନ ତଳେ ସୃଷ୍ଟ ଲଘୁଚାପ ରାଜ୍ୟରେ ଭଲ ବର୍ଷା କରାଇ ଦୁର୍ବଳ ହେବା ପରେ ଏବେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି । ଏହି ଲଘୁଚାପ କ୍ଷେତ୍ରଟି ଉତ୍ତର-ଓଡ଼ିଶା ଓ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଅଂଚଳରେ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି।