Bird Census: ଭିତରକନିକାରେ ଜାରି ରହିଛି ବିଦେଶାଗତ ପକ୍ଷୀ ଗଣନା

Sat, 06 Jan 2024-2:13 pm,

ପକ୍ଷୀମାନଙ୍କ କଳରବରେ ମୁଖରିତ ବିଶ୍ବପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ। ନୀଳ ଆକାଶରେ ଦଳ ଦଳ ହୋଇ ଉଡିବାର ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ଵିଗୁଣିତ କରିଛି। ରାଜନଗର ବନଖଣ୍ଡରେ ଚଳିତବର୍ଷର ବିଦେଶାଗତ ପକ୍ଷୀଗଣନା ଆରମ୍ଭ ହୋଇଛି। ସକାଳ ୫ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଏହି ଗଣନା କାର୍ଯ୍ୟ ଚାଲିବ। ଗତବର୍ଷ ପକ୍ଷୀ ୧୪୦ ପ୍ରଜାତିର ମୋଟ ୧ଲକ୍ଷ ୩୯ହଜାର ୯୫୯ ଟି ପକ୍ଷୀ ଆସିଥିଲେ। ଚଳିତ ବର୍ଷ ଅଧିକ ପକ୍ଷୀ ଗଣନା କରାଯିବା ନେଇ ଆଶା ରଖିଛି ବନବିଭାଗ। ବିଦେଶାଗତ ପକ୍ଷୀ ଗଣନା ପାଇଁ ୧୮ଟି ଟିମ୍ ଗଠନ କରାଯାଇଥିବା ବେଳେ ପ୍ରତି ଟିମ୍ ରେ ୫ ରୁ ୬ଜଣ କର୍ମଚାରୀ ନିୟୋଜିତ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link