Bird Census: ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ, ବଢ଼ିଛନ୍ତି ବିଦେଶୀ ପକ୍ଷୀ

Wed, 24 Jan 2024-12:26 pm,

ବାରିପଦା ବନଖଣ୍ଡରେ ପକ୍ଷୀ ଗଣନା ଶେଷ ହୋଇଛି। ଗତବର୍ଷଠୁ ଚଳିତ ଅଧିକ ବିଦେଶୀ ପକ୍ଷୀ ମୟୂରଭଞ୍ଜକୁ ଆସିଛନ୍ତି। ଗତବର୍ଷଠାରୁ ଏଥର କମ୍ ପ୍ରଜାତିର ପକ୍ଷୀ ଆସିଥିବା ଜଣାପଡ଼ିଛି। ଗତବର୍ଷ ୧୧ ହଜାର ୯୬୫ଟି ପକ୍ଷୀ ଆସିଥିଲେ । ଚଳିତ ବର୍ଷ ୧୩ ହଜାର ୩୪୨ଟି ପକ୍ଷୀ ଆସିଛନ୍ତି | ଗତବର୍ଷ ୭୩ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ଚଳିତ ଥର ୫୦ ପ୍ରଜାତିର ଆସିଥିବା ବାରିପଦା ବନଖଣ୍ଡ ଅଧିକାରୀ ସନ୍ତୋଷ କୁମାର ଯୋଶୀ କହିଛନ୍ତି। ଆସିଥିବା ୧୩ ହଜାର ୩୪୨ ପକ୍ଷୀ ମଧ୍ୟରୁ ବାରିପଦା ରେଞ୍ଜରେ ସର୍ବାଧିକ ୪ ହଜାର ୪୯ଟି ରହିଛନ୍ତି। ଗତବର୍ଷ ବାରିପଦା ରେଞ୍ଜକୁ ୫ହଜାର ୧୩୫ଟି ପକ୍ଷୀ ଆସିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link