Film Festival: ପୁରୀରେ ଉଦଘାଟିତ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ

Thu, 22 Feb 2024-4:52 pm,

ପୁରୀ ଚକ୍ରତୀର୍ଥ ରୋଡ୍ ସ୍ବର୍ଣ୍ଣାଭ ବେଳାଭୂମିରେ ପ୍ରତିବର୍ଷ ପରି ଚଳିତବର୍ଷ ୫ ଦିନ ବ୍ୟାପୀ ଆରମ୍ଭ ହୋଇଛି ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ। ସନ୍ , ସ୍ୟାଣ୍ଡ ଆଣ୍ଡ ସ୍କ୍ରିନ ଏଭଳି ଏକ ଅଭିନବ ପ୍ରୟାସ ଜାରୀ ରଖିଛି ବାଏଅଫ କମିଟି । ବିଶେଷ କରି ଯୁବ ନିର୍ମାତା,ପ୍ରଯୋଜକ ଓ ଚଳଚ୍ଚିତ୍ର ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଖୋଲା ମଞ୍ଚରେ ସୁଯୋଗ ଦେବା ପାଇଁ ୨୧ ବର୍ଷ ତଳେ ବାଏଅଫ ବା ବ୍ରିଙ୍ଗ ୟୋର୍ ଓନ ଫିଲ୍ମ ଫେଷ୍ଟିଭାଲ ପରିକଳ୍ପନା କରାଯାଇଥିଲା।ଚଳିତ ବର୍ଷ ସମଗ୍ର ଦେଶ ଓ ଦେଶ ବାହାରୁ ୬୦ ଟି ଚଳଚ୍ଚିତ୍ର ସ୍କ୍ରିନିଂ ହେବ ।ଏଥିସହ ଏହି ୫ ଦିନ ବ୍ୟାପୀ ଉତ୍ସବରେ ଦେଶ ତଥା ଦେଶ ବାହାରୁ ଚଳଚ୍ଚିତ୍ର ସହ ଜଡ଼ିତ ୩୦୦ରୁ ଅଧିକ ପ୍ରତିନିଧି ଯୋଗ ଦେବେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link