CEC Meeting: ବିଶ୍ୱ ରେକର୍ଡ କଲେ ମହିଳା ଭୋଟର, କୃତଜ୍ଞତା ଜଣାଇଲେ CEC

Mon, 03 Jun 2024-5:00 pm,

ଆସନ୍ତାକାଲି ପ୍ରକାଶ ପାଇବ ସାଧାରଣ ନିର୍ବାଚନ ୨୦୨୪ର ଜନାଦେଶ । ଲୋକସଭା ନିର୍ବାଚନ ଫଳାଫଳ ପୂର୍ବରୁ ଭାରତୀୟ ନିର୍ବାଚନ କମିଶନର କରିଛନ୍ତି ପ୍ରେସମିଟ । 'ଚଳିତ ବର୍ଷ ଭୋଟିଂରେ ବିଶ୍ବ ରେକର୍ଡ କରିଛି ଭାରତ । ମୋଟ ୬୪.୨ କେଟି ଭୋଟର ନିଜର ମତସାବ୍ୟସ୍ତ କରି ଏହି ରେକର୍ଡ କରିଛନ୍ତି । ଯାହା G7 ଦେଶର ମୋଟ ମତଦାତାଙ୍କ ଠାରୁ ଭାରତରେ ୧.୫ ପ୍ରତିଶତ ଅଧିକ ଭୋଟର୍ । ୨୦୧୯ ଅପେକ୍ଷା ଚଳିତ ବର୍ଷ ଦେଶରେ ମହିଳା ମତଦାତାଙ୍କ ସଂଖ୍ୟା ବୃଦ୍ଧି ହୋଇଛି ।' ମୋଟ ୩୧୨ ମିଲିୟନ ମହିଳା ଭୋଟ ଦେଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ ଦେଇଥିବାରୁ ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link