Tarini Temple: କେନ୍ଦୁଝର ଜିଲ୍ଲା ଅଧିଷ୍ଠାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ ଆରମ୍ଭ

Tue, 09 Apr 2024-3:13 pm,

ଆରମ୍ଭ ହୋଇଛି କେନ୍ଦୁଝର ଜିଲ୍ଲା ଅଧିଷ୍ଟାତ୍ରୀ ଦେବୀ ମା ତାରିଣୀଙ୍କ ୮୮ ତମ ଚଇତି ପର୍ବ । ଆଜିଠାରୁ ଆରମ୍ଭ ହୋଇ ୭ ଦିନ ପର୍ଯ୍ୟନ୍ତ ଅର୍ଥାତ ଆସନ୍ତା ୧୫ ତାରିଖ ଯାଏ ଚାଲିବ । ଆଜିହୋମ ଯଜ୍ଞ, ଚଣ୍ଡିପାଠ, ସତ୍ୟ ନାରାୟଣ ପୂଜା ସହ ମାଙ୍କ ନିତୀ ପୂଜାରେ ମନ୍ଦିର ପରିସରରେ ସୃଷ୍ଟି ହୋଇଛି ଭିନ୍ନ ଏକ ପରିବେଶ । ଆଜି ପ୍ରଥମ ଦିନରେ ମା''ଙ୍କ ନିତୀ ପୂଜା ସହିତ ମାଙ୍କ ପୀଠରେ ଭାଗବତ ପାଠ, ଚଣ୍ଡି ପାଠ, ହୋମ ଯଜ୍ଞ ଓ ସତ୍ୟ ନାରାୟଣ ପୂଜା ଅନୁଷ୍ଟିତ ହୋଇଛି । ଆଜି ସକାଳୁ ମା''ଙ୍କର ସ୍ନାନ କାର୍ଯ୍ୟ ସମାପନ କରାଯାଇ ସୁନାବେଶ କରାଯିବା ସହ ଯଥା ବିଧିରେ ପୂଜା ବିଧିରେ ସକାଳ ମଙ୍ଗଳ ଆଳତୀ କରାଯାଇଛି । ଚଇତି ପର୍ବରେ ମାଙ୍କ ସୁନା ବେଶ ଦର୍ଶନ କରିବା ପରମ ସୌଭାଗ୍ୟ ଥିବା କାରଣରୁ ଦୁରଦୁରାନ୍ତରୁ ଭକ୍ତ ଘଟଗାଁ ପିଠକୁ ଆସିଥାନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link