Hinjili PS: ହିଞ୍ଜିଳି ଥାନା ନୁତନ ଗୃହର ଶୁଭ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

Thu, 14 Mar 2024-1:52 pm,

ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ନୂତନ ଗୃହକୁ ଉଦଘାଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସ ମାଧ୍ୟମରେ ନୂତନ ଥାନା ଗୃହର ଶୁଭ ଉଦଘାଟନ କରିଛନ୍ତି । ପୁଲିସ ଜନସାଧାରଣ ଙ୍କ ଅଧିକ ନିକଟତର ହେବା ସହ ଜନସାଧାରଣଙ୍କୁ ଆବଶ୍ୟକ ସୁରକ୍ଷା ଯୋଗାଇ ଦେବା ରାଜ୍ୟ ସରକାରଙ୍କ ମୂଳ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ । ଜନସାଧାରଣଙ୍କୁ ହାତପାହାନ୍ତାରେ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବା ଉଦ୍ଦେଶ୍ୟରେ ଏହାକୁ ଶୁଭ ଉଦଘାଟନ କରାଯାଇଛି ବୋଲି ଅତିଥି ଭାବେ ଯୋଗ ଦେଇଥିବା ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା କହିଛନ୍ତି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆସିକା ସାଂସଦ ପ୍ରମିଳା ବିଷୋୟୀ ସମେତ ଆସିକା sdpo ସଞ୍ଜୟ ମହାପାତ୍ର। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ସମସ୍ତ ଜନପ୍ରତିନିଧି ଓ ବିଜେଡି ଦଳୀୟ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗଦେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link