Naveen Patnaik: ଆଜି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Tue, 23 Jan 2024-12:39 pm,

ଆଜି ପୁରୀ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ପ୍ରାୟ ୪ ଟା ୪୫ ମିନିଟରେ ଶ୍ରୀସେତୁ ନିକଟ ହେଲିପ୍ୟାଡରେ ଅବତରଣ କରିବେ। ସେଠାରୁ କଡା ସୁରକ୍ଷା ମଧ୍ୟରେ ଶ୍ରୀସେତୁ,ଜଗନ୍ନାଥ ବଲ୍ଲଭ ପାର୍କିଂ ପରିଦର୍ଶନ ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିରରେ ପହଞ୍ଚିବେ। ମହାପ୍ରଭୁଙ୍କୁ ଦର୍ଶନ କରି ସାନିଧ୍ୟ ଗ୍ରହଣ କରିବାର କାର୍ଯ୍ଯକ୍ରମ ରହିଛି। ତେବେ ୧ ଘଣ୍ଟା ୨୫ ମିନିଟର ଗସ୍ତକ୍ରମ ସାରି ଫେରିବା ସମୟରେ ଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ୬ଟା ୧୫ରେ ମୁଖ୍ୟମନ୍ତ୍ରୀ ସଡକ ପଥରେ ଭୁବନେଶ୍ୱର ପ୍ରତ୍ଯାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ନେଇ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ, ଡିଆଇଜି ଡକ୍ଟର କନୱର ବିଶାଲ ସିଂ ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link