Road Accident: ଧଉଳି ଗଣନାଟ୍ୟର ୬ ଶ୍ରମିକ ମୃତ, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
Jan 24, 2024, 16:13 PM IST
ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ନିକଟ ଦ୍ବାରଶୁଣୀ ଘାଟିରେ ଯାତ୍ରାପାଟି ‘ଧଉଳି ଗଣନାଟ୍ୟ’ର ଟ୍ରକ୍ର ମର୍ମନ୍ତୁତ ଦୁର୍ଘଟଣାର ସାମ୍ନା କରିବା କାରଣରୁ ଅନେକ ଲୋକଙ୍କର ପ୍ରାଣହାନୀ ଘଟିଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସଭିଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ମୋର ଗଭୀର ସମବେଦନା ଜଣାଉଛି। ଏଥିସହ ଆହତମାନଙ୍କ ଆଶୁଆରୋଗ୍ୟ କାମନା କରୁଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି। ସେହିପରି ଗୁରୁତରମାନଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।