Sura Routray: ଶରତ ପଟ୍ଟନାୟକ ହେବେ ମୁଖ୍ୟମନ୍ତ୍ରୀ, ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ସୁର ରାଉତରାୟ
ପ୍ରିୟମ୍ବଦା ରଣା Wed, 07 Feb 2024-3:07 pm,
ଓଡ଼ିଶାରେ ଦ୍ଵିତୀୟ ଦିନରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା। ରାଉରକେଲା ରେ ନିଜ ଅଭିଭାଷଣ ରେ ବିଜେଡ଼ି-ବିଜେପି ର ସମ୍ପର୍କ କଥା ଉଠାଇବା ସହିତ ବିଜେପି ଏବଂ ଆର୍.ଏସ୍.ଏସ୍ ଦେଶରେ ଘୃଣା ର ରାଜନୀତି କରୁଥିବା ରୁ ଆମକୁ ପ୍ରେମ ବାଣ୍ଟିବାକୁ ପଡ଼ିବ ବୋଲି କହିଥିଲେ ରାହୁଲ। ଏଥିସହିତ ଓଡ଼ିଶାରେ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦୀ ଙ୍କ ପାର୍ଟନରସିପ ସରକାର ଚାଲୁଥିବା କଥା କହି, ରାଜ୍ୟର ବେରୋଜଗାରି ସମସ୍ୟା ପାଇଁ ରାଜ୍ୟରୁ ୩୦ଲକ୍ଷ ରୁ ଉର୍ଦ୍ଧ ଲୋକ କାମ ପାଇଁ ବାହାରକୁ ଯିବା ସହ ରାଜ୍ୟ ବାହାରୁ ୩୦ରୁ ଉର୍ଦ୍ଧ ଠିକାଦାର ଓ ବେପାରୀ ରାଜ୍ୟର ସମ୍ପତ୍ତି ହାତେଇବା ପାଇଁ ଆସିଥିବା କହି ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ରାହୁଲ ଗାନ୍ଧୀ।