Weather Report: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା, ଜାଣନ୍ତୁ ପାଣିପାଗ ଖବର
Weather Update: ବଙ୍ଗୋପସାଗରରେ ପୁଣି ବାତ୍ୟା ଆଶଙ୍କା ଘନେଇଛି। ୨୬ ତାରିଖ ବେଳକୁ ଏଠାରେ ଏକ ବାତ୍ୟା ସୃଷ୍ଟି ହୋଇପାରେ। କିନ୍ତୁ ଓଡି଼ଶାରେ ଏହାର ପ୍ରଭାବ ରହିବ ନାହିଁ। ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି, ସୁମାତ୍ରା ପାଖ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଅଧିକ ଘନୀଭୂତ ହେବ। ୨୨ ତାରିଖରେ ଲଘୁଚାପର ରୂପ ନେଇପାରେ। ୨୪ ରେ ଅବପାତରେ ପରିଣତ ହେବେ। ପରବର୍ତ୍ତୀ ୪୮ ଘଣ୍ଟା ବା ୨୬ ତାରିଖ ସୁଧା ଏହା ବାତ୍ୟାରେ ପରିଣତ ହୋଇପାରେ। ୨୯ ତାରିଖ ବେଳକୁ ଏହା ତାମିଲନାଡୁ ଉପକୂଳ ଛୁଇଁପାରେ। ତେବେ, ଓଡି଼ଶା ଉପରେ ଏହି ଲଘୁଚାପର ପ୍ରଭାବ ପଡିବ ନାହିଁ।