Cyclone Updates: ଉଚ୍ଚ ଜୁଆର ଉଠି ଭିତରକନିକା ଜଙ୍ଗଲ ଭିତରକୁ ମାଡ଼ କରୁଛି

ପ୍ରଭୁଦତ୍ତ ମହାରଣା Thu, 24 Oct 2024-12:52 pm,

ରାଜ୍ୟପାଇଁ ସାମୁଦ୍ରିକ ବିପଦ ତଥା ଅତ୍ୟନ୍ତ ସମ୍ବେଦନଶୀଳ ଘୂର୍ଣ୍ଣିଝଡ଼ ‘ଦାନା’ ଏବେ ପାରାଦୀପଠାରୁ ୨୬୦ କିଲୋମିଟର ଦକ୍ଷିଣ ପୂର୍ବ ଓ ଧାମରାରୁ ୨୯୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ, ଅବସ୍ଥାନ କରୁଛି। ଏହା ବର୍ତ୍ତମାନ ଉତ୍ତର- ପଶ୍ଚିମ ଦିଗକୁ ଗତି କରୁଛି। ଗତ ୬ ଘଣ୍ଟା ଧରି ଏହି ବାତ୍ୟା ଉତ୍ତର- ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଓଡ଼ିଶ ଉପକୂଳକୁ ମାଡ଼ି ଆସୁଛି ବୋଲି କହିଛନ୍ତି ଆଞ୍ଚଳିକ ପାଣିପାଗ ନିର୍ଦ୍ଦେଶିକା ମନେରମା ମହାନ୍ତି। ସେପଟେ କେନ୍ଦ୍ରାପଡ଼ାରେ ସମୁଦ୍ରରେ ଉଚ୍ଚ ଜୁଆର ଉଠି ଭିତରକନିକା ଜଙ୍ଗଲ ମଧ୍ୟକୁ ପାଣି ପଶୁଥିବା ଦେଖିବାକୁ ମିଳିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link