Diphtheria Disease: ନାରାୟଣପାଟଣାରେ ଦେଖା ଦେଲାଣି ଡିପଥେରିଆ ରୋଗ

Mon, 24 Jun 2024-2:52 pm,

କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅଞ୍ଚଳରେ ଡିପଥେରିଆ ରୋଗରେ ଜଣକର ମୃତ୍ୟୁ ହୋଇଥିବାବେଳେ, ଏବେ ନାରାୟଣପାଟଣାରେ ଦେଖା ଦେଇଛି ଅଜଣା ରୋଗ। ଡିପଥେରିଆ ସନ୍ଧେହ କରାଯାଉଛି। ସପ୍ତାହକ ମଧ୍ୟରେ ୪ ଶିଶୁଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏବେ ବି ଅନେକ ଶିଶୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍ ରେ ଭର୍ତ୍ତି ହୋଇଛନ୍ତି। କୋରାପୁଟ ଓ ଲକ୍ଷ୍ମୀପୁର ରେ ଏକାଧିକ ଶିଶୁର ଚିକିତ୍ସା ଜାରି ରହିଛି। ସେପଟେ ବ୍ରହ୍ମପୁର MKCG ରେ ୮ ବର୍ଷର ଗୁରୁତର ଶିଶୁର ଚିକିତ୍ସା ଜାରି ରହିଛି। ଏବେ ୮ ମାସର ଶିଶୁ କୁ କୋରାପୁଟ Slnmc ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link