Doctor Kidnapped: ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଅମ୍ଳାନ କୁମାର ଭୋଇ ଅପହରଣ

Mon, 03 Jun 2024-3:00 pm,

ମାଲକାନଗିରି ଜିଲ୍ଲା କାଲିମେଳା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର ରେ ନିୟୋଜିତ ଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତକାଲି ଠାରୁ ନିଖୋଜ ରହିଥିବା ନେଇ ସ୍ୱାସ୍ତ୍ୟ ବିଭାଗ ତରଫରୁ କାଲିମେଳା ଥାନାରେ ସୂଚନା ଦେଇଛନ୍ତି । ଏହି ସୂଚନା ଆଧାର ରେ କାଲିମେଳା ଥାନା ପୋଲିସ ନିଖୋଜ ଡାକ୍ତର ରହୁଥିବା କ୍ୱାଟର କୁ ଯାଇ ତଦନ୍ତ ଆରମ୍ଭ କରିଛି । ଘଟଣା ସ୍ଥଳରେ ଏକ ପୁରୁଣା ମୋବାଇଲ ରହିଥିବା ବେଳେ ସିପିଆଇ ମାଓବାଦୀ ଙ୍କ ନାମରେ ଏକ ପୋଷ୍ଟର ଡାକ୍ତର ଙ୍କ କ୍ୱାଟର ମଧ୍ୟରୁ ଜବତ କରିଛି । ମାଲକାନଗିରି ଏସ ପି ଙ୍କ ସୂଚନା ଅନୁଯାୟୀ ପୋଷ୍ଟର ରେ ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଏବଂ ରୋଗୀସେବା ବ୍ୟାହତ ହୋଇଥିବା ଉଲେଖ ରହିଥିବା ସୂଚନା ଦେଇଛନ୍ତି । ତେବେ ପୋଲସ ପାରିପାଶ୍ୱ ପରସ୍ଥିତି କୁ ଅନୁଧ୍ୟାନ କରି ତଦନ୍ତ ଆରମ୍ଭ କରିଥିବା ବେଳେ ନିଖୋଜ ଡାକ୍ତର ଅପହରଣ ନା ଅନ୍ୟ କିଛି ଏହା ଜିଲ୍ଲା ବାସୀଙ୍କ ମନରେ ଅନେକ ପ୍ରଶ୍ନ ବାଚି ସୃଷ୍ଟି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link