ସୋମବାର ସକାଳୁ ଋଷ ଉପରେ ୟୁକ୍ରେନର ଡ୍ରୋନ ଆକ୍ରମଣ, ଛାତିଥରା ଭିଡିଓ ଭାଇରାଲ

ପ୍ରଭୁଦତ୍ତ ମହାରଣା Mon, 26 Aug 2024-10:13 am,

ଆତ୍ମଘାତୀ ଡ୍ରୋନ୍ ମାଧ୍ୟମରେ ଋଷ ଉପରେ ଡ୍ରୋନ ଆକ୍ରମଣର ଖବର ସାମ୍ନାକୁ ଆସୁଛି। ଏହି ଆକ୍ରମଣର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେଉଛି। ଏହି ଆକ୍ରମଣ ୟୁକ୍ରେନ କରିଥିବା ନେଇ ଦାବି କରାଯାଉଛି। ଋଷର ସାରାଟୋଭ ସହରର ଏକ ୩୮ ମହଲା ବିଶିଷ୍ଟ ଆବାସିକ କୋଠା ଉପରେ ଡ୍ରୋନ୍ ଟାର୍ଗେଟ କରିଛି ୟୁକ୍ରେନ। ଖବର ଅନୁଯାୟୀ ଏହି ଆକ୍ରମଣରେ ଅତି କମରେ ଦୁଇ ଜଣ ଆହତ ହୋଇଛନ୍ତି। ଭିଡିଓ ଦେଖିବା ପରେ ଲୋକମାନେ ଏହାକୁ ୯/୧୧ ଆକ୍ରମଣ ସହିତ ତୁଳନା କରୁଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link