ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ପୋଲିସ-ମାଓବାଦୀ ମୁହାଁମୁହିଁ

Sat, 24 Feb 2024-11:39 am,

ବରଗଡ଼ ଜିଲା ପାଇକମାଲ ଥାନା ଅନ୍ତର୍ଗତ ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଗତକାଲି ସକାଳେ ବରଗଡ଼ ଓ ବଲାଙ୍ଗିର ଏସ ଓ ଜି ଟିମ୍ ସର୍ଚ୍ଚ ଅପରେସନ କରୁଥିବା ବେଳେ ପୋଲିସ ଓ କିଛି ମାଓବାଦୀ ମୁହାଁ ମୁହିଁ ହୋଇଥିଲେ ।ଫଳରେ ଉଭୟ ପକ୍ଷରୁ ଘନ ଘନ ଗୁଳି ଚାଳନା ହୋଇଥିବା ଖବର ମିଳି ଥିବା ବେଳେ ବହୁ ଗୁଡ଼ିଏ ମାଓ ସାମଗ୍ରୀ ଜବତ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳକୁ ପୋଲିସ ର ବରିଷ୍ଠ ଅଧିକାରୀ ଘଟଣା ସ୍ଥଳକୁ ଗସ୍ତ ସୂଚନା ରହିଥିବା ବେଳେ ଅପରେସନ ଜାରି ରହିଥିବା ବରଗଡ଼ ଏସ ପି କହିଥିଲେ । ଏ ଘଟଣା ରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚି ସ୍ଥିତି ତଦାରଖ କରିଥିଲେ । ଏହି ଘଟଣା ଟି ପାଇକମାଲ ଥାନାରୁ ପ୍ରାୟ ୧୮ କିଲୋମିଟର ଦୂରରେ ଘଟଣା ଘଟିଥିବା ବେଳେ ବରଗଡ଼ ନୂଆପଡା ଓ ମହାସମୁନ୍ଦ ମାଓ ଡିଭିଜନର ମାଓ ସଂଗଠନ ହୋଇଥିବା ଜଣା ପଡୁଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link