Actor Chandan Kar: ଓଲିଉଡରେ ରିଅଲ୍ ହିରୋଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ନ ହେବା ଦୁଃଖଦାୟକ!

Tue, 08 Aug 2023-10:41 pm,

ଓଲିଉଡ଼ ର ପ୍ରଥମ ରିଏଲ୍ ହିରୋ ଆଧାରିତ ଚଳଚିତ୍ର ର ନାୟକ ''''ଚନ୍ଦନ କର''''। ପେଶାରେ ଜଣେ IT ପ୍ରଫେସନାଲ। କିନ୍ତୁ ଅଭିନୟ ତାଙ୍କର ଦୀର୍ଘ ଦିନର ନିଶା। ୨୦୦୬ ମସିହାରେ ତାଙ୍କର ଅଭିନୀତ ପ୍ରଥମ ଚଳଚ୍ଚିତ୍ର ''''ବାବୁ ଆଇ ଲଭ ୟୁ'''' ରୁ ହିଁ ଶ୍ରେଷ୍ଠ ନବାଗତ ପୁରସ୍କାର ସହିତ ଓଲିଉଡ ରେ ଚନ୍ଦନ ଆରମ୍ଭ କରିଥିଲେ ନିଜ କ୍ୟାରିୟର। ଏହାପରେ ଅନେକ ଚଳଚ୍ଚିତ୍ରରେ ନାୟକ, ଖଳନାୟକ ସମେତ ଲିଡ୍ ରୋଲ ରେ ଅଭିନୟ କରିଛନ୍ତି ଚନ୍ଦନ। କିନ୍ତୁ ଗତ ୪ ତାରିଖରେ ରିଲିଜ୍ ହୋଇଥିବା ଜୟୀ ରାଜଗୁରୁ ଙ୍କ ଉପରେ ଆଧାରିତ ଓଲିଉଡ ର ପ୍ରଥମ ରିଏଲ୍ ହିରୋ ଭିତ୍ତିକ ଚଳଚ୍ଚିତ୍ର '''' ମହର୍ଷି'''' ରେ ଲିଡ଼ ରୋଲ୍ ତାଙ୍କ ପାଇଁ ଏକ ନୂତନ ମାଇଲ ଖୁଣ୍ଟ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link