Blast In Plant:KJS, ଆଲୁୱାଲିଆ ସ୍ପଞ୍ଜ ପ୍ଲାଣ୍ଟରେ ବିସ୍ଫୋରଣ, ୧୦ ଜଣଙ୍କ ମଧ୍ୟରୁ ୪ ଗୁରୁତର

Fri, 03 May 2024-1:52 pm,

ଆଜି ଅପରାହ୍ନରେ ପ୍ଲାଣ୍ଟର ଇଣ୍ଡକ୍ସନ ଫର୍ନେସରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣ ଯୋଗୁଁ ଇଣ୍ଡକ୍ସନ ଫର୍ନେସରୁ ତରଳ ଲୁହା ଛିଟିକିଥିଲା । ସେଠାରେ କାମରେ ନିୟୋଜିତ ଥିବା ଶ୍ରମିକଙ୍କ ଉପରେ ଏହି ତରଳ ପଦାର୍ଥ ପଡ଼ିବାରୁ ସେମାନଙ୍କ ମଧ୍ୟରୁ ୧୦ ଜଣ ଶ୍ରମିକ ପୋଡ଼ିହୋଇ ଗୁରୁତର ଆହତ ହୋଇଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ରହିଥିବା କୁହାଯାଉଛି । ସମସ୍ତ ଆହତଙ୍କୁ ଉଦ୍ଧାର କରି କେନ୍ଦୁଝର ମୁଖ୍ୟ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି । ଏ ସମସ୍ତ ଶ୍ରମିକ ବାହାର ପ୍ରଦେଶର ବୋଲି ଜଣାପଡିଛି ।ସୁରକ୍ଷାରେ ଅବହେଳା କାରଣରୁ ବାରମ୍ବାର ଏହି ପ୍ଲାଣ୍ଟରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ଜୀବନ ହାନି ଘଟୁଥିଲେ ବି ପ୍ଲାଣ୍ଟ କର୍ତ୍ତୃପକ୍ଷ ଚେତୁ ନାହାନ୍ତି । ଗତ ୨୦୧୭ ମସିହାରେ ଇଣ୍ଡକ୍ସନ ଫର୍ନେସରେ ବିସ୍ଫୋରଣ ଘଟି ଶ୍ରମିକଙ୍କ ମୃତ୍ୟୁ ଘଟିଥିଲାବେଳେ, ଗତ ଜାନୁଆରୀ ମାସରେ ପୁଣି ବିସ୍ଫୋରଣ ଘଟିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link