Family dispute: ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ପ୍ରିୟମ୍ବଦା ରଣା Fri, 28 Jul 2023-11:57 am,

Family dispute: ପାରିବାରିକ କୋଳହ କୁ ନେଇ କରୁଣ ପରିଣତି. ସ୍ତ୍ରୀ ପୁଅ ଛୁରୀ ଭୁସି ବିଭତ୍ସ ଭାବେ ନିଜ ସ୍ୱାମୀ ଙ୍କୁ ହତ୍ୟା କଲେ. ସୂଚନା ଅନୁଯାଇ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବାଣୀତିଆ ଗ୍ରାମର ସୁରେଶ ମୋହଲା ବେଙ୍ଗଲୁର ରେ କାମ କରୁଥିବା ବେଳେ ସ୍ତ୍ରୀ ସଞ୍ଜୁଲତା ମୋହଲା ଦିଲ୍ଲୀ ରେ କାମ କରନ୍ତି. ଗତ କିଛି ଦିନ ହେବ ଦୁଇ ସ୍ୱାମୀ ସ୍ତ୍ରୀ ଆସି ରହୁଥିବା ବେଳେ ଗତ କାଲି ପାରିବାରିକ କୋଳହ କୁ କେନ୍ଦ୍ରକରି ଉଭୟ ଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଇଥିଲା. ପରେ ଏହି ଝଗଡା ଉଗ୍ର ରୂପ ଧାରଣ କରିବାରୁ ସଞ୍ଜୁଲତା ଓ ପୁଅ ମିଶି ଏକ ଛୁରୀ ରେ ଭୁସି ସୁରେଶ ଙ୍କୁ ହତ୍ୟା କରିବା ଘଟଣା ଏବେ ଚର୍ଚାର ବିଷୟ ହୋଇଛି. 

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link