Hirakud Water: ୨୦ ଟି ଗେଟ୍ ଦେଇ ହେବ ହୀରାକୁଦ ଜଳ ଭଣ୍ଡାରର ଜଳ ନିଷ୍କାସନ

Sun, 28 Jul 2024-3:52 pm,

ଆଜି ଦୁଇ ଟା ସୁଦ୍ଧା ୨୦ ଟା ଗେଟ ଦେଇ ହେବ ହୀରାକୁଦ ଜଳ ଭଣ୍ଡାର ର ଜଳ ନିଷ୍କାସନ | କୋଡିଏ ଟି ଗେଟ ଖୋଲିଲେ ତିନି ଲକ୍ଷ କିଉଷେକ ଜଳ ଆଗାମୀ ଛତିଶ ଘଣ୍ଟା ରେ ମୁଣ୍ଡଳୀ ରେ ପହଂଚିବ | ମୁଣ୍ଡଳୀ ରେ ଦୁଇ ଲକ୍ଷ କିଉଷେକ ଜଳ ଆସୁଥିବା ବେଳେ ହୀରାକୁଦ ରୁ ତିନି ଲକ୍ଷ ସହ ପାଞ୍ଚ ଲକ୍ଷ କିଉଷେକ ଜଳ ନିଷ୍କାସନ ହେଲେ ମଧ୍ୟ ବାତ୍ୟା ପାଇଁ କୌଣସି ଭୟ ନାହିଁ ବୋଲି ସୂଚନା ଦେଲେ ହୀରାକୁଦ ର ମୁଖ୍ୟ ଯନ୍ତ୍ରୀ |ଏବେ ଦିନ ଗୋଟାଏ ସୁଦ୍ଧା ହୀରାକୁଦ ଜଳଭଣ୍ଡାର କୁ ଉପର ମୁଣ୍ଡରୁ ଦୁଇ ଲକ୍ଷ ଛପନ ହଜାର ଶହେ ଏକ କିଉଷେକ ଜଳ ପ୍ରବେଶ କରୁଥିବା ବେଳେ ଦୁଇ ଲକ୍ଷ ବାବନ ହଜାର ଆଠ ଶହ କିଉଷେକ ଜଳ ନିଷ୍କାସନ କରାଯାଉଛି | ଦର୍ଶକ ମଧ୍ୟ ଏଭଳି ଅନୁପମ ଦୃଶ୍ୟ ଦେଖି ଖୁସି ଅନୁଭବ କରୁଛନ୍ତି | ଏବେ ଚଉଦ ଟି ଗେଟ ଦେଇ ଜଳ ନିଷ୍କାସନ କରାଯାଉଥିବା ବେଳେ ଦୁଇଟା ପରେ ଆହୁରି ଛ ଟି ଗେଟ ଖୋଲିବ ବୋଲି ସୂଚନା ଦିଆଯାଇଛି | ଆଜି ଦିନ ଦୁଇଟା ସୁଦ୍ଧା ୨୦ ଟି ଗେଟ ଖୋଲିବ ବୋଲି ସୂଚନା ଦିଆଯାଇଛି |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link