Raju Das: ଶଙ୍ଖ ଭବନରେ ବିଜେଡିରେ ସାମିଲ ହେଲେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ

Sat, 18 May 2024-1:00 pm,

ଗତକାଲି ଶଙ୍ଖ ଭବନରେ ବିଜେଡିରେ ସାମିଲ ହେବାପରେ ପୁର୍ବତନ ବିଧାୟକ ରାଜେନ୍ଦ୍ର ଦାସକୁ ଆଜି ଧାମନଗର ବିଜେଡି ସମ୍ବର୍ଦ୍ଧନା କରିଛି ।ଆଜି ସନ୍ଧ୍ୟାରେ ଧାମନଗର ଛକରୁ ଏକ ବିରାଟ ପଟୁଆରରେ ଶତାଧିକ ବିଜେଡି କର୍ମୀଙ୍କ ସହିତ ଆସି ବିଜୁ ପଟ୍ଟନାୟକ ଛକରେ ପହଞ୍ଚି ପ୍ରଥମେ ପ୍ରାବଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଦେଇଥିଲେ ।ଧାମନଗର ବିଜେଡ଼ି ପାର୍ଟି ଅଫିସରେ ଏକ ସମ୍ବର୍ଦ୍ଧନା ସଭା ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ସଭାପତିତ୍ୱରେ ବିଧାୟକ ପ୍ରାର୍ଥୀ ସଞ୍ଜୟ ଦାସ ,ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ,ପୁର୍ବତନ ବ୍ଲକ ଅଧକ୍ଷ ଅଶୋକ ନାୟକ ଉପସ୍ଥିତ ରହି ରାଜେନ୍ଦ୍ର ଦାସକୁ ସମ୍ବିଧାନ ଦେଇଥିଲେ ବିଜୁ ଜନତା ଦଳକୁ ।ଅପ ବେବସ୍ତାରେ ଚାଲିଛି ବିଜେପି ଦଳ ଦଳ ଶୃଙ୍ଖଳିତ ନାହିଁ ମୁଁ ଭଦ୍ରକ ଜିଲ୍ଲାର ସମସ୍ତ ବିଜେଡି ପ୍ରାର୍ଥୀଙ୍କ ଲଢିବି ବିଜେଡି ଏଥର ଏକଯୁଟ ହୋଇଛି ସମସ୍ତ ବିଧାୟକ ପ୍ରାର୍ଥୀ ଓ ଲୋକସଭା ପ୍ରାର୍ଥନା ବିଜୟ ଲାଭ କରିବେ ଷଷ୍ଠ ଥର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ପୁଣି ଓଡିଶାରେ ମୁଖ୍ୟମନ୍ତ୍ରୀ ହେବେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link