Loan Fraud: ଲୋନ୍ ପାଇଁ ଆସୁଛି କି ଏମିତି କଲ୍ ତେବେ ସାବଧାନ!ଦେଖୁ ଦେଖୁ ଆକାଉଣ୍ଟ ହେବ ଗୋଲ
ରଶ୍ମିତା ସାହୁ Tue, 24 Oct 2023-6:26 pm,
ଅନେକ ସମୟରେ ଏପରି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଉପୁଜେ ଯେଉଁଥିପାଇଁ ଆମକୁ ବ୍ୟାଙ୍କରୁ ଲୋନ ନେବାକୁ ପଡିଥାଏ । ଏଥିପାଇଁ ଅନେକ ଡକ୍ୟୁମେଣ୍ଟ୍ ଆବଶ୍ୟକ ହୁଏ ଏବଂ ତା’ପରେ ବ୍ୟାଙ୍କ CIBIL ସ୍କୋର ଏବଂ ଯୋଗ୍ୟତା ଯାଞ୍ଚ କରି ଲୋନ୍ ଦେଇଥାଏ । ସାଧରଣତଃ ଆମେ ଘର ନିର୍ମାଣ, ବିବାହ, ଉଚ୍ଚଶିକ୍ଷା, ବ୍ୟକ୍ତିଗତ ଉଦ୍ଦେଶ୍ୟ ଇତ୍ୟାଦି ପାଇଁ ଲୋନ୍ ନେଇଥାଉ । କିନ୍ତୁ ଅନେକ ସମୟରେ ଅସମ୍ପୂର୍ଣ୍ଣ ଦସ୍ତାବିଜ୍, କମ୍ CIBIL ସ୍କୋର କିମ୍ବା ଅନ୍ୟାନ୍ୟ କାରଣରୁ ବ୍ୟାଙ୍କ ଲୋନ୍ ଦେବାକୁ ମନା କରିଦଏ । ଏପରି ପରିସ୍ଥିତିରେ, ଯେଉଁ ବ୍ୟକ୍ତିଙ୍କ ପାଇଁ ଲୋନ୍ ଅଧିକ ଆବଶ୍ୟକ ହୋଇଥାଏ, ସେ ଲୋନ୍ ନେବା ପାଇଁ ଅନ୍ୟ ଉପାୟ ଖୋଜନ୍ତି, କିନ୍ତୁ ଏହି ସମୟ ମଧ୍ୟରେ ଆପଣଙ୍କୁ କିଛି ଜିନିଷ ଧ୍ୟାନରେ ରଖିବାକୁ ପଡିବ । ନଚେତ୍ ଆପଣ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । କାରଣ ବେଳେବେଳେ ଆପଣ ଲୋନ୍ ନାମରେ ସାଇବର ଠକଙ୍କଠାରୁ କଲ୍ କିମ୍ବା ବାର୍ତ୍ତା ପାଇପାରନ୍ତି, ଯାହା ଆପଣଙ୍କର କଷ୍ଟ ଉପାର୍ଜିତ ଟଙ୍କା ଛଡ଼ାଇ ନେଇଥାଏ । ତେବେ ଏଭଳି ପରିସ୍ଥିତିରେ କ’ଣ କରିବେ ଓ କେମିତି ସାଇବର ଠକଙ୍କଠାରୁ ଦୂରେଇ ରହିବେ ଆସନ୍ତୁ ଜାଣିବା…