Satakadi Hota: ଶୋକାକୂଳ ପରିବେଶରେ ସ୍ୱର୍ଗଦ୍ୱାରରେ ସାତକଡି ହୋତାଙ୍କ ଶେଷକୃତ୍ୟ ସମ୍ପନ୍ନ

Mon, 12 Feb 2024-4:13 pm,

ପଞ୍ଚଭୂତରେ ବିଲୀନ ହେଲେ ବରିଷ୍ଠ ସାହିତ୍ୟିକ ସାତକଡି ହୋତା । ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ୟ୍ୟାଦାର ସହ ବରିଷ୍ଠ ସାହିତ୍ୟିକ ସାତକଡି ହୋତାଙ୍କ ଅନ୍ତେଷ୍ଟିକ୍ରିୟା ଶେଷ ହୋଇଛି । ବଡ଼ପୁଅ ସଂଜୀବ ହୋତା ଶବରେ ମୁଖାଗ୍ନି ଦେଇଥିଲେ । ଜିଲ୍ଲାପାଳ ବିଜୟ କୁମାର ଦାଶ, ଉପଜିଲ୍ଲାପାଳ ଗୋପୀନାଥ କୁଅଁର, ଅତିରିକ୍ତ ଏସପି ସୁଶିଲ କୁମାର ମିଶ୍ର, ବହୁ ବରିଷ୍ଠ ନାଗରିକ, ସାହିତ୍ୟିକ ଙ୍କ ସମେତ ଅନେକ ସାମ୍ବାଦିକ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରବିବାର ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବାସଭବନରେ ୯୫ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ ସାତକଡି ହୋତା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link